ସୁନା ବ୍ୟବସାୟୀ ନିଖୋଜ ଘଟଣା : ନିଖୋଜ ହେବାର ୧୭ଦିନ ପରେ ଜଙ୍ଗଲରୁ ମୃତ ଦେହ ଉଦ୍ଧାର କଲା ପୁଲିସ

ବଲାଙ୍ଗୀର, (ସୁଜିତ କୁମାର ମେହେର):ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା ଅଧୀନରେ ଥିବା ହାତୀସରା ଗାଁର ନିଖୋଜ ଥିବା ସୁନା ବ୍ୟବସାୟୀର ଗଜାନନ ମେହେରଙ୍କ ମୃତ ଦେହ ଦେଓଗାଁ ଓ ପାଟଣାଗଡ଼ ଥାନାର ସୀମା ମୁଦଘାଟ-ଚିପାକାନି ଜଙ୍ଗଳରେ ପଡ଼ିଥିବା ଜଣାପଡ଼ିଛି । ଏହି ଖବର ଦେଓଗାଁ ପୁଲିସ ପାଇବା ପରେ ରାତିରେ ଘଟଣା ସ୍ଥଳକୁ ପହଞ୍ଚିଥିବା ମଧ୍ୟ ଜଣାପଡ଼ିଛି ।ସୂଚନା ଯୋଗ୍ୟ ଯେ, ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ୧୭ ଦିନ ତଳେ ଅର୍ଥାତ ଚଳିତ ମାସ ୫ ତାରିଖ ଗୁରୁବାର ଦିନ ସକାଳ ସାଢ଼େ ୮ଟା ସମୟରୁ ସୁନା ବ୍ୟବସାୟୀ ତାଙ୍କ ମା’କୁ ପାଟଣାଗଡ଼ ଯାଉଥିବା କହି ଯାଇଥିଲେ । ଏହି ଦିନ ସନ୍ଧ୍ୟା ସୁଦ୍ଦା ଆସି ନ ଥିବାରୁ ପରିବାର ଲୋକେ ସନ୍ଦେହରେ ରହିଥିଲେ । ଗୋଟିଏ ଦିନ ଖୋଜା ଖୋଜି କରିବା ପରେ କୌଣସି ପତ୍ତା ନ ମିଳିବାରୁ ନିଖୋଜ ଥିବା ନେଇ ଶନିବାର ଦେଓଗାଁ ଥାନାରେ ବାପା ସାରଙ୍ଗ ମେହେର ଅଭିଯୋଗ କରିଥିଲେ । ରବିବାର ଦିନ ପରିବାର ଲୋକ ସହ ଦେଓଗାଁ ପୁଲିସ ବିଭିନ୍ନ ସ୍ଥାନକୁ ଯାଇ ଖୋଜିବା ପରେ କୌଣସି ପତ୍ତା ମିଳି ନ ଥିଲା । ୯ ତାରିଖ ସନ୍ଧ୍ୟାରେ ନିଖୋଜ ଗଜାନନର ବଡ଼ଭାଇ ଗୌତମ ମେହେର ଦେଓଗାଁ ଥାନାରେ ସାରସବାହାଲ ଗାଁର ଶୀର ରଣା ଅପହରଣ କରିଥିବା ନେଇ ଅନ୍ୟ ଏକ ଅଭିଯୋଗ କରିଥିଲେ । ସୁନା ବେପାରୀ ନିଖୋଜ ଘଟଣାରେ ଗୁପ୍ତଧନ (ହଁଣା)ର କାରବାର ହୋଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ