ସୁନା ସଫା ଆଳରେ ଅଳଙ୍କାର ଲୁଟିଲେ ଦୁର୍ବୁତ

ହାଟଡିହି, : ନନ୍ଦିପଦା ଥାନା ଅଧିନସ୍ଥ ନୁଆରମ୍ପାସ ଗ୍ରାମରେ ଆଜି ସକାଳ ୯ଟାବେଳେ ଦୁଇଜଣ ଦୁର୍ବୁତ ଅଭିନବ ଉପାୟରେ ସୁନା ଲୁଟ କରିଥିବା ଅଭିଯୋଗ ହୋଇଛି । ଖବରରୁ ଜଣାଯାଇଛି ଯେ ଦୁଇଜଣ ଦୁର୍ବୁତ ବାଇକ୍ ଯୋଗେ ସୁନା ଅଳଙ୍କାର ସଫା କରିବାପାଇଁ ଗାଁରେ ବୁଲିଥିଲେ । ଗାଁର ଶାନ୍ତିଲତା ବାରିକ ନାମକ ଜଣେ ମହିଳା ସୁନା ସଫା କରିବାପାଇଁ ଘରୁ ୨ଭରି ଓଜନର ନେକଲେସ ଗୋଟିଏ ତାଙ୍କୁ ଦେଇଥିଲେ । ମହିଳାଙ୍କ ସମ୍ମୁଖରେ ସଫା କରିବାବେଳେ କିଛି ହଳଦିଗୁଣ୍ଡ ଆଣିବାପାଇଁ ମହିଳାଙ୍କୁ କହିଥିଲେ । ମହିଳା ଜଣକ ଘର ଭିତରକୁ ହଳଦିଗୁଣ୍ଡ ଆଣିବାପାଇଁ ଯାଇଥିବାବେଳେ ଦୁର୍ବୁତମାନେ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲେ । ମହିଳାଙ୍କ ପାଟିଶୁଣି ଗାଁର ଯୁବକମାନେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ଦୁର୍ବୁତଙ୍କ ସନ୍ଧାନ ମିଳିପାରି ନଥିଲା । ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ପୁଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ