ସୁନା ହାର ଚୋର ଗିରଫ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଜଣେ ଲୁଟେରାଙ୍କୁ ରବିବାର ଗିରଫ କରିଛି। ସେ ହେଲେ ଗାମୁଣ୍ଡି ଗ୍ରାମର ଅବଲା କୁମାର ଜେନା। ପୋଲିସ ଗିରଫ ଅବଳଙ୍କୁ ଭଞ୍ଜନଗର କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ପ୍ରକାରେ , ଗୁଣ୍ଡିରିବାଡ଼ିର ସୁଶାନ୍ତ ସେଠୀ ଗତ ଗତ ୩ ତାରିଖରେ କୌଣସି କାମରେ ଭଞ୍ଜନଗର ଆସିଥିଲେ। କାମ ସାରି ସେ ଏକ ଘରୋଇ ବସ୍ରେ ଗାଁକୁ ଫେରୁଥିଲେ। ସେତିକିବେଳେ ସେ ଧରିଥିବା ଏକ ସୁନା ହାର ବ୍ୟାଗ ଚୋରି ହୋଇଯାଇଥିଲା। ସୁଶାନ୍ତ ମୁଜାଗଡଠାରେ ସୁନା ହାର ବ୍ୟାଗ ଟି ଚୋରି ହୋଇଥିବା ଜାଣି ପାଟି କରିଥିଲେ। ପରେ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ପରେ ଅଭିଯୁକ୍ତ ଅବଲା ଙ୍କୁ ରବିବାର ଗିରଫ କରିବାରେ ସକ୍ଷମ ହୋଇଥିଲା। ପୋଲିସ ତାଙ୍କଠାରୁ ଚୋରି ସୁନା ହାର ଜବତ କରିଛି।