ସୁନିଦ୍ରାର ସାଥୀ ‘ସ୍ଲିପ୍ ୱାଟର୍’

ଆମ ଭିତରେ ଅନେକ ଅଛନ୍ତି, ଯେଉଁମାନେ ସାମାନ୍ୟ ନିଦ୍ରାକୁ ବି ଭଲଭାବେ ଉପଭୋଗ କରିପାରନ୍ତି ନାହିଁ । ବାରମ୍ବାର କଡ଼ ଲେଉଟାଇବା, ଠିକ୍ ସମୟରେ ନିଦ ନହେବା ଓ ଅନିଦ୍ରା ଭଳି ସମସ୍ୟାରେ ପୀଡ଼ିତ । ଏବେ କିନ୍ତୁ ଏହି ସମସ୍ୟାକୁ ନେଇ ଆଉ ଚିନ୍ତାର କୌଣସି କାରଣ ନାହିଁ । କାରଣ ଆପଣଙ୍କ ସୁନିଦ୍ରାର ସାଥୀ ହେବାକୁ ଆସୁଛି ‘ସ୍ଲିପ୍ ୱାଟର୍’ । ଜାପାନର କୋକାକୋଲା କମ୍ପାନି ‘ଗ୍ଲାସ୍ୟୁ ସ୍ଲିପ୍ ୱାଟର୍’ ନାମରେ ଏକ ପାନୀୟ ପଦାର୍ଥ ବିକଶିତ କରିଛି । ଏହାକୁ ପିଇବା ଦ୍ୱାରା ସୁନିଦ୍ରା ଆସିଥାଏ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଏହି ସ୍ଲିପ୍ ୱାଟର୍ରେ ଏଲ୍-ଥିଆନାଇନ୍ ଓ ଆମିନୋ ଏସିଡ୍ର ବ୍ୟବହାର ହୋଇଛି । ଏହା କ୍ଲାନ୍ତ ଶରୀରକୁ ଫୂର୍ତ୍ତି ରଖିବା ସହ ମନ ଭିତରେ ଥିବା ବିଭିନ୍ନ ପ୍ରକାର ଅବସାଦକୁ ହ୍ରାସ କରିଥାଏ । ଫଳରେ ଶରୀର ହାଲ୍କା ଅନୁଭବ କରେ । କିଛି ସମୟ ପରେ ଆରାମ ନିଦ ଆସିଥାଏ । ଶୋଇବା ପୂର୍ବରୁ ଗୋଟିଏ ଠିପି ପିଇବା ଦ୍ୱାରା ଆପଣ ଏକ ସୁଖ ନିଦ୍ରା ଅନୁଭବ କରିପାରିବେ । ବିଶେଷକରି ଯେଉଁମାନେ କାର୍ଯ୍ୟାଳୟରେ ବିଳମ୍ବିତ ରାତ୍ରି ଯାଏଁ କାମ କରୁଛନ୍ତି ଓ ୮ଘଣ୍ଟା ନିଦରୁ କମ୍ ଶୋଉଛନ୍ତି, ସେମାନଙ୍କ ପାଇଁ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ । ଖୁବ୍ ଶୀଘ୍ର ଏହା ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । କମ୍ ସମୟ ଶୋଉଥିବା ଲୋକଙ୍କୁ ଆଉ ସମସ୍ୟା ହେବ ନାହିଁ ବୋଲି କମ୍ପାନୀ ଦାବି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ