ସୁନିଲ ନାୟକଙ୍କ ମୁଣ୍ଡରେ ମୟୂରଭଂଜ-୧ ବିଜୁ ଛାତ୍ର ଜନତା ସଭାପତି ମୁକୁଟ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମାନ୍ଯବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସବୁ ଜିଲ୍ଲାର ବିଜୁ ଛାତ୍ର ଜନତା ନବ କଳେବର ଗଠନରେ ସଭାପତି ମାନଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶାର ସର୍ବବୃହତମ ମୟୂରଭଂଜ ଜିଲ୍ଲାକୁ ଦୁଇଟି ସାଂଗଠନିକ ଜିଲ୍ଲା ଘୋଷଣା କରାଯାଇଛି ମୟୂରଭଂଜ (୧) ଏବଂ ମୟୂରଭଂଜ (୨) । ମୟୂରଭଂଜ (୧)ର ସଭାପତି ଭାବେ ବିଜେଡ଼ିର ଛୋଟରୁ ବଡ ସମସ୍ତ ବିଜେଡି କର୍ମୀଙ୍କ ସବୁରି ପ୍ରିୟ ତରୁଣ ନିର୍ବିବାଦୀୟ ସୁନିଲ ନାୟକଙ୍କ ମୁଣ୍ଡରେ ବିଜୁ ଛାତ୍ର ଜନତା ସିରୋପା ପିନ୍ଧାଇ ଦିଆଯାଇଛି ।ସେ ଛାତ୍ର ଅବସ୍ଥାରୁ ଆଜିଯାଏଁ ଜଣେ ଅଣ କଂଗ୍ରେସ ଓ ଅଣ ବିଜେପି ତଥା ବିଜୁ ଚିନ୍ତାଧାରାରେ ବିଶ୍ବାସ ରଖୁଥିବା ଯୁବକ ।ପିଲା ଦିନରୁ ସମାଜସେବା, ନେତୃତ୍ବ ନେବା,ସୁସଂଗଠକ,ଦୃଢମନା,ପରକୁ ଆପଣା କରିବା ନୀତି, ସୁବକ୍ତା, ବିଜେଡି ପ୍ରତି ଆନୁଗତ୍ୟ,ବିଜୁ ଆଦର୍ଶ ରେ ଅନୁପ୍ରାଣିତ ।ଛାତ୍ର ଅବସ୍ଥାରେ ବାରିପଦା କନିଷ୍ଠ ବିଦ୍ୟାଳୟରେ ଥରେ ସହ ସାଂସ୍କୃତିକ ସଭାପତି ପରେ ସାଂସ୍କୃତିକ ସଭାପତି ପଦ ଅଳଙ୍କୃତ କରି ନିଜର ସାଂଗଠନିକ ଦକ୍ଷତା ଦେଖାଇଥିଲେ ।ପରେ ସେ ବାଇଗଣବାଡିଆ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଅଳଂକୃତ କରିଥିଲେ । ବର୍ତ୍ତମାନ ଉତ୍ତର ଓଡ଼ିଶା ମହାବିଦ୍ୟାଳୟ,ଅଟୋନୋମସ ମହାବିଦ୍ୟାଳୟ,ଆଇନ ବିଦ୍ୟାଳୟ ଏବଂ ବଡ ବଡ ମହାବିଦ୍ୟାଳୟର ଛାତ୍ର ନେତୃତ୍ବ ଗତ ୫ ବର୍ଷ ହେଲା ନେଇ ଆସୁଛନ୍ତି । ମୟୂରଭଂଜର ସବୁ କୋଣ ଅନୁକୋଣରେ ଥିବା ମହାବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିର ପରିଚିତ । ଛାତ୍ରଛାତ୍ରୀ ମାନଙ୍କର ଏକମାତ୍ର ଭରସା ପ୍ରିୟ ସୁନିଲ ଭାଇ ।ଯାହାର କେହି ନାହିଁ ତାଙ୍କର ସୁନିଲ ଭାଇ ଅଛି । ଯେତେ ଅସୁବିଧା ହୋଇଥିଲେ ମଧ୍ୟ ଗୋଟାଏ ଫୋନ କଲରେ ସେ ଆସି ପହଞ୍ଚି ତାଙ୍କ ଦ୍ଵାରା ଯେତିକି ସାହାଯ୍ୟ କରାଯାଇପାରିବ ସେ ଦାୟିତ୍ଵର ନିଭାଇବା ପାଇଁ ଭୁଲନ୍ତି ନାହିଁ । ତାଙ୍କର ଅତିତର ଇତିହାସକୁ ନେଇ ଦଳ ଜିଲ୍ଲାର ଛାତ୍ର ସଂଗଠନ ଭଳି ଏକ ଗୁରୁ ଦାୟିତ୍ବ ଅର୍ପଣ କରିଛି । ତାଙ୍କୁ ଏହି ନୁତନ ଦାୟିତ୍ଵ ଅର୍ପଣ କରାଯାଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ତଥା ଆମ ମୟୂରଭଂଜ ବିଜେଡି ପର୍ଯ୍ୟବେକ୍ଷକ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି ଭାଇ),ନବ ନିଯୁକ୍ତ ରାଜ୍ଯ ବିଜୁ ଯୁବ ଜନତା ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,ନବ ନିଯୁକ୍ତ ବିଜୁ ଛାତ୍ର ଜନତା ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ,ଭୂବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟ ସଭା ସାଂସଦ ମମତା ମହାନ୍ତ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଡାକ୍ତର ଦେବାଶିଷ ମାରାଣ୍ଡି, ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,ମୋରଡ଼ା ବିଧାୟକ ରାଜ କିଶୋର ଦାସ, କରଂଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍, ପୂର୍ବତନ ଉଦଳା ବିଧାୟକ ଶ୍ରୀନାଥ ସୋରେନ, ପୂର୍ବତନ ସାର କଣା ବିଧାୟକ ଭାଦବ ହାଁସଦା, ପୂର୍ବତନ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର, ମହିଳା ସଭାନେତ୍ରୀ ବୀଣାପାଣି ସାହୁଙ୍କୁ କୃତଜ୍ଞତା ଜଣାଇବା ସହ ମୟୂରଭଂଜ ଜିଲ୍ଲାର ସମସ୍ତ ବିଜୁ ଜନତା ଦଳର,ବିଜୁ ଯୁବ ଜନତା,ବିଜୁ ମହିଳା ଜନତା ଦଳ,ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ଓ ଶୁଭେଚ୍ଛୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ଦଳ ଯେଉଁଭଳି ଏକ ଗୁରୁ ଦାୟିତ୍ବ ଦେଇଛି ତାହାକୁ ସେ ନିଷ୍ଠାର ସହ ତୁଲାଇବେ ବୋଲି ପ୍ରତିଜ୍ଞାବଦ୍ଧ ବୋଲି ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ