ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ସୁନେତ୍ର ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ବ୍ଳକର ଡୁମାକୁମ୍ପା,ବଡକୋଦଣ୍ଡା,ଜିଲୁଣ୍ଡି,ବାଉଁଶଲୁଣ୍ଡି ଓ ଭଞ୍ଜନଗର ଏନ୍.ଏ.ସି ର ବିଦ୍ୟାଳୟଗୁଡିକରୁ ତିନି ଶହ ତେୟାଳସି ଛାତ୍ର ଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ତେର ଜଣ ଛାତ୍ର ଛାତ୍ରୀଙ୍କୁ ଉଚ୍ଚ ଚକ୍ଷୁ ପରୀକ୍ଷା ପାଇଁ ଡାକ୍ତର ଏସ୍. ସୀତାରାମ ଚିକିତ୍ସା କରି ପ୍ରେରଣ କରିଥିବା ଜଣାପଡିଛି ତତସହ ଏକ ଶହ ସତୁରୀ ଜଣଙ୍କୁ ଚଷମା ପ୍ରଦାନ ପାଇଁ ଚୟନ କରାଯାଇଛି ଏହି କାର୍ଯ୍ୟକ୍ରମକୁ ଏନ୍.ଏ.ସି ଅଧ୍ଯକ୍ଷ ଗୋପବନ୍ଧୁ ମହାପାତ୍ର ଉଦଘାଟନ କରିଥିବା ବେଳେ ବ୍ଳକ ଶିକ୍ଷା ଅଧିକାରୀ ଏସ୍.ଧନଞ୍ଜୟ ସଭାପତିତ୍ବ କରିଥିଲେ ମୁଖ୍ୟ ଅତିଥି ରୂପେ ଭଞ୍ଜନଗର ବ୍ଳକ ଅଧ୍ଯକ୍ଷ ନରୀ ସଭା ନାୟକ ,ସମ୍ମାନିତ ଅତିଥି ରୂପେ ବ୍ଳକ ଉପାଧ୍ୟକ୍ଷା ଙ୍କ ସମେତ ,ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପ୍ରଧାନ ଓ ସମସ୍ତ କାଉନସିଲର ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ କାର୍ଯ୍ୟକ୍ରମକୁ ବି.ଆର୍.ଟି ଅନିଲ ମୁଦୁଲି ଓ ଚିନ୍ମୟ ଦାଶ ପରିଚାଳନା କରିଥିବା ବେଳେ ପ୍ରଦୀପ ସାସମଲ ଅତିଥି ପରିଚୟ ପ୍ରଦାନ କରିଥିଲେ କାର୍ଯ୍ୟକ୍ରମରେ ସମସ୍ତ ଆଇ.ଭି ଟିଚର ଙ୍କ ସମେତ ସମସ୍ତ ସି.ଆର୍.ସି.ସି ଓ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟରର ସମସ୍ତ ଷ୍ଟାଫ,ବି.ଇ.ଓ ଅଫିସ ଷ୍ଚାଫ ସହଯୋଗ କରିଥିଲେ ଶେଷରେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ଧନ୍ୟବାଦ ଅର୍ପଣ କରିଥିଲେ


