ସୁନେତ୍ର ଯୋଜନାରେ ମାଗଣା ଚକ୍ଷୁ ପରୀକ୍ଷା
ଚିକିଟି , (ଯୁଗାବ୍ଦ ନ୍ୟୁଜ) : ଚିକିଟି ବ୍ଳକର ପ୍ରଥମ ପର୍ୟ୍ୟାୟ ସୁନେତ୍ର ଯୋଜନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡଭାର ଠାରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ଚକ୍ଷୁ ପରୀକ୍ଷା ସାଙ୍ଗକୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା। ଏହି କାର୍ୟ୍ୟକ୍ରମ ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ଚିକିଟୀର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଓ ବ୍ଳକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମିଳିତ ଉଦ୍ୟମରେ “ସୁନେତ୍ର” ଯୋଜନା ଆୟୋଜିତ ହୋଇଥିଲା। ଏହି କାର୍ୟ୍ୟକ୍ରମକୁ ଚିକିଟୀ ବି ପି ଏମ୍ ରାମଚନ୍ଦ୍ର ସାହୁ ଓ ବି ଏମ୍ ସଦାନନ୍ଦ ସାହୁ ସଂଯୋଜନା କରିଥିଲେ। ଏଥିରେ ଜିଲ୍ଲା ସ୍ତରୀୟ ଚକ୍ଷୁ ବିଶେଷଜ୍ଞ ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନୂଆପଡ଼ା ଓ ପତିଗୋବିନ୍ଦପୁର କ୍ଳଷ୍ଟରର ସମସ୍ତ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଚକ୍ଷୁ ପରୀକ୍ଷା କରାଇଥିଲେ।।ବି ଆର୍ ସି ସି ପ୍ରଭଞ୍ଜନ ପଣ୍ଡା,ସି ଆର ସି ସି କେ ଜଗନ୍ନାଥ ରାଓ,ବି ଆର୍ ଟି ତାରା ପ୍ରସାଦ ପ୍ରଧାନ, ସମସ୍ତ ଆଇ ଇ ଭି ଭଲ୍ୟୁଣ୍ଟର,ଡଭାର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରସାଦ କୁମାର ପ୍ରହରାଜ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯଥା ନରେନ୍ଦ୍ର ସାହୁ, ବିବେକାନନ୍ଦ ସେଠୀ, ବସନ୍ତ କୁମାର ଜାନୀ,କୁରେଶ ସାହୁ ଓ ପ୍ରମାଞ୍ଜଳୀ ଖାଡଙ୍ଗା କାର୍ୟ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଯେଉଁ ଛାତ୍ରଛାତ୍ରୀମାନଙ୍କ ଚକ୍ଷୁରେ ସମସ୍ୟା ରହିଛି ସେମାନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା ତା ସହିତ ପରବର୍ତ୍ତୀ ସମୟରେ ଚଷମା ବିଦ୍ୟାଳୟରେ ପହଞ୍ଚାଇବାର ଯୋଜନା ରହିଛି ବୋଲି ବି ଆର୍ ଟି ସୂଚନା ଦେଇଛନ୍ତି।