ସୁନ୍ଦରଗଡ଼ରେ ନବୀନ ପଟ୍ଟନାୟଙ୍କ ନିର୍ବାଚନୀ ପ୍ରଚାର

ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସୁନ୍ଦରଗଡ଼ ଜିଲାରେ ନିର୍ବାଚନୀ ପ୍ରଚାର କରିଛନ୍ତି। ହେମଗିରିଠାରେ ଆୟୋଜିତ ଏକ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କର୍ମୀଙ୍କୁ ଉଦବୋଧନ ଦେବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ କୁଆଡ଼େ ଗଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ନିର୍ବାଚନ ଆସିଥିବାରୁ ରାଜ୍ୟରେ କେନ୍ଦ୍ରୀୟ ନେତାଙ୍କ ପାଦ ପଡ଼ୁଛି, ସେମାନେ ଦେଇଥିବା ପ୍ରତିଶ୍ରୁତି ସବୁ କୁଆଡ଼େ ଗଲା ବୋଲି ନବୀନ କହିଛନ୍ତି। ଦୁଇଗୁଣା ଏମଏସପି କୁଆଡ଼େ ଗଲା, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଛାତ୍ର ବୃତ୍ତି କାହିଁକି ବନ୍ଦ କରାଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସେ ନିଜ ଅଭିଭାଷଣରେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡ଼ି ସରକାର ମହିଳାଙ୍କ ଉପରେ ଗୁରୁତ୍ୱ ଦେଇଛି। ମା’ମାନେ ବିକାଶର ପ୍ରକୃତ ଡ଼ବଲ ଇଞ୍ଜିନ। ଆମର ହାଇକମାଣ୍ଡ ହେଉଛନ୍ତି ଓଡ଼ିଆବାସୀ। କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି, ଏହାକୁ କେନ୍ଦ୍ର ସରକାର ବନ୍ଦ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି। ସାରା ବିଶ୍ୱରେ ହକି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସୁନ୍ଦରଗଡ଼ ହକିର ଜନ୍ମଭୂମି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ