ସୁନ୍ଦରପୁର ଗ୍ରାମରେ ନାରୀ ସୁରକ୍ଷା ମଂଚର ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) :-ନାରୀ ମାନଙ୍କ ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ କରାଯାଉଥିବା ବେଳେ ଗଞ୍ଜାମ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ମଧ୍ୟ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ନାରୀ ସୁରକ୍ଷା ମଂଚ ଗଠନ ହୋଇ ନାରୀ ମାନଙ୍କ ସୁରକ୍ଷା କିପରି କରାଯାଇପାରିବ ସେଥି ନିମନ୍ତେ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସୁନ୍ଦରପୁର ସରପଂଚ ଗଗନ ବେହେରାଙ୍କ ପୌରହିତ୍ୟରେ ଗ୍ରାମ ସ୍ଥିତ ସୁନ୍ଦରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ନେଇ ନାରୀ ସୁରକ୍ଷା ମଂଚର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୧ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ଯୁବ ବିଜେଡି ସଭାପତି ସୁବାସ ଚନ୍ଦ୍ର ନାହାକ (କାଳିଆ), ସମିତିସଭ୍ୟା ସୁଜ୍ଞାନୀ ସେଠୀ, ଅବସରପ୍ରାପ୍ତ ଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା, ତ୍ରିନାଥ ମଣ୍ଡଳଙ୍କ ସମେତ ବହୁ ଭ୍‌ଦ୍ର ବ୍ୟକ୍ତି ମାନେ ଯୋଗ ଦେଇ ଗ୍ରାମ ସମେତ ପଂଚାୟତରେ କିପରି ନାରୀ ମାନେ ସୁରକ୍ଷା ରେ ରହିବେ ସେଥି ନିମନ୍ତେ ବିଭିନ୍ନ ସୁଚିନ୍ତିତ ମତାମତ ଦେଇଥିଲେ । ଏହି ଅବସରରେ ଗ୍ରାମର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ