ସୁନ୍ଦରପୁର ଗ୍ରାମରେ ବିଧାୟକଙ୍କ ଉପସ୍ଥିତରେ ପୋଷ୍ଟାଲ ଖାତା ଖୋଲାଗଲା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ବ୍ରହ୍ମପୁର ଡାକମଣ୍ଡଳର ଇଣ୍ଡିଆପୋଷ୍ଟ ପେମେଣ୍ଟ ବ୍ୟାଙ୍କର ମହା ଲଗ୍ ଇନ୍ ଡେ ଉପଲକ୍ଷେ ଛତ୍ରପୁର ବ୍ଲଜ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମର ସୁନ୍ଦରେଶ୍ୱର ଶୈବମନ୍ଦିର ପ୍ରାଙ୍ଗଣରେ ଭାରତୀୟ ଡାକ ବିଭାଗ ତରଫରୁ ଇଣ୍ଡିଆପୋଷ୍ଟ ପେମେଣ୍ଟ ବ୍ୟାଙ୍କର ମଧୁବାବୁ ପେନସନ ହିତାଧିକାରୀ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଜବ୍ କାଡ ହୋଲ୍ଡର ମାନଙ୍କ ର ଆଙ୍କାଉଣ୍ଟ ଖୋଲା କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଜଂୟ ରେଡ୍ଡୀ, ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ମହମ୍ମଦ ଜାଫର ସାଜିକ୍ , ଆଇ.ପି.ପି.ବି ସିନିୟର ମ୍ୟାନଜର ବିଷ୍ଣୁ ପ୍ରସାଦ ରଥ, ଛତ୍ରପୁର ସହକାରୀ ଡାକ ଅଧିକ୍ଷକ କିରଣମାଳା ପଣ୍ଡା, ସୁନ୍ଦରପୁର ସରପଂଚ ସସ୍ମିତା ମହାଙ୍କୁଡ, ସମିତିସଭ୍ୟା ସୁକାନ୍ତି ବେହେରା, ବ୍ରହ୍ମପୁର ପୋଷ୍ଟାଲ୍ ଡିଭିଜନ ମାର୍କେଟିଙ୍ଗ ଏକଜ୍ୟୁଟିର ଗୈାରହରି ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଛତ୍ରପୁର ସବଡିଭିଜନ ର ସମସ୍ତ ବିପିଏମ୍ ଙ୍କ ଉଦ୍ୟମରେ ପ୍ରାୟ ଏକ ହଜାର ଆଇ.ପି.ପି.ବି ଏକାଉଣ୍ଟ ଖୋଲାଯାଇଥିବା ବେଳେ ବ୍ରହ୍ମପୁର ଡିଭିଜନର ପ୍ରାୟ ୪୦୦୦ରୁଉର୍ଦ୍ଧ୍ୱ ଆଇପିପିବି ଆକାଉଣ୍ଟ ଖୋଲାଗଲାଣି । ଏହି କାର୍ଯ୍ୟକ୍ରମକୁ ଟୁକୁନା ପୁରୋହିତ , ପୂର୍ବତନ ସରପଂଚ ସୋମନାଥ ବେହେରା, ଯୁଧିଷ୍ଠିର ମହାଙ୍କୁଡ , ପ୍ରଶାନ୍ତ ପୁରୋହିତ ପ୍ରମୁଖ ସହାୟତା କରିଥିଲେ । ଏହାସହ ସୁନ୍ଦରପୁର ଗ୍ରାମ ପଂଚାୟତକୁ ସଂପୂର୍ଣ୍ଣ ଆଇପିପିବି ଗ୍ରାମ ପଂଚାୟତ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିଲେ । ଶେଷରେ ଓଭରସିୟର ନଳନୀକାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ