ସୁନ୍ଦରପୁର ଠାରେ ମୋ ଗାଁ ରେ ତହସିଲ କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଜନସାଧାରଣଙ୍କୁ ରାଜସ୍ୱ ସେବା ଯେବା ଯୋଗାଇଦେବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ତହସିଲ ପକ୍ଷରୁ ମୋ ଗାଁ ରେ ମୋ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସ୍ଥାନୀୟ ତହସିଲ ପକ୍ଷରୁ ସୁନ୍ଦରପୁର ଆର ଆଇ ସର୍କିଲ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ଠାରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବସୁନ୍ଧରା, ମ୍ୟୁଟେସନ, ଇ ପାଉତି, ଗ୍ରାମ କଣ୍ଟକ ଭଳି ରାଜସ୍ୱ ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ଗୁଡିକ ସମ୍ପର୍କରେ ଉପସ୍ଥିତ ଥିବା ହିତାଧିକାରୀ ମାନଙ୍କୁ ସଚେତନ କରାଯିବା ସହ ୨୮ ଜଣଙ୍କୁ ମିସଲେନିଅସ୍ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ଏହା ସହିତ ମ୍ୟୁଟେସନରେ ୩୪ ଜଣ ଓ ଇ ପାଉତି ରେ ୧୬ ଜଣ ହିତାଧିକାରୀ ଙ୍କୁ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୪୮ ଜଣ ହିତାଧିକାରୀ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସୁନ୍ଦରପୁର ସରପଂଚ ଗଗନ କୁମାର ବେହେରା, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଓ କବିରାଜ ଆର୍ଯ୍ୟ, ସୁପରଭାଇଜର ହରିକୃଷ୍ଣ ରେଡ୍ଡି, ରାଜସ୍ୱ ନିରୀକ୍ଷକ ଅନାଦି ବେହେରାଙ୍କ ସମେତ ବହୁ ରାଜସ୍ୱ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହ ଯୋଗ କରିଥିଲେ ।


