ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ସୁନ୍ଦରାପାଳ ଆଦର୍ଶ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ବାର୍ଷିକ କ୍ରୀଡା ଉତ୍ସବକୁ ବିଦ୍ୟାଳୟର ଅଧ୍ୟକ୍ଷ କାହ୍ନୁ ମୁର୍ମୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଦୁଇଦିନ ଧରି ଚାଲିଥିବା ଏହି କ୍ରୀଡାରେ ଲମ୍ବଡିଆଁ, ଉଚ୍ଚ ଡିଆଁ, ଜାଭେଲିନି ଥ୍ରୋ, ସଟଫୁଟ, ବାଧା ଦୌଡ, ଅଙ୍କକଷା ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିବାବେଳେ ଛାତ୍ରୀ ଭାଗ୍ୟଶ୍ରୀ ବେହେରା ଚମ୍ପିୟନ ହୋଇଥିଲେ । ବରିଷ୍ଠ ଓ କନିଷ୍ଠ ବିଭାଗରେ ଅର୍ପିତା ଜେନା, ଉମେଶ ଜେନା, ଅଭିଷ୍ଠା ରାଉତ, ଜିତେନ୍ଦ୍ର ଟୁଡୁ, ମନୋଜ ପଣ୍ଡା, ଅଙ୍କିତା ପ୍ରୀୟଦର୍ଶନୀ ରାଉତ, ସାଇ ପ୍ରକାଶ ସେଠୀ, ସ୍ନେହାଶୁଂ ବେହେରା ପ୍ରମୁଖ ଛାତ୍ରଛାତ୍ରୀମାନେ କୃତ୍ତିତ୍ୱ ହାସଲ କରିଥିଲେ । ଉଦଯାପନି ଉତ୍ସବରେ କୃତ୍ତି ଛରତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଖେଳ ଶିକ୍ଷକ ପ୍ରଫୁଲ ଚନ୍ଦ୍ର ଦାସ ଖେଳ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ପରିଡା, ଲିପ୍ସା ଚାନ୍ଦ, ପ୍ରେମାନନ୍ଦ ବେହେରା, ଅନନ୍ତ ନାରାୟଣ ପଣ୍ଡା,ରେଖା ମହାନ୍ତ, ବିନାୟକ ଧ୍ୟାନି, ଭରତ ଦଳେଇ, ହରେକୃଷ୍ଣ ଜେନା, ଜୟନ୍ତୀ ପାତ୍ର, ପ୍ରଭାସିନୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


