ସୁନ୍ଦରାପାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନବନିର୍ମିତ ଗୃହ ଉଦଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ସୁନ୍ଦରାପାଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ନବ ନିର୍ମିତ ଗୃହର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓମ୍‌ବାଡସ୍ ଅନୁଦାନରେ ୪୯ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଗୃହକୁ ବିଧାୟକ ଭାଗିରଥି ସେଠୀ ଆନୁଷ୍ଠାନିକ ଫିତା କାଟି ଉଦଘାଟନ କରିଛନ୍ତି । ଏଥିଲାଗି ଆୟୋଜିତ ଏକ ଉତ୍ସବରେ ଆନନ୍ଦପୁର ବିଧାୟକଙ୍କ ସହିତ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ କୁମାର ଦାସ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପରିଚାଳକ ଦିଲ୍ଲିପ କୁମାର ଦୁବେ, ସହକାରୀ ଯନ୍ତ୍ରୀ (ଏନ.ଏଚ.ଏମ) ବିଭୁତି ବିଶ୍ୱାଳ, ଆରଏନ.ଟି.ସି.ପି ର ଜିଲ୍ଲା ସଂଯୋଜକ ତାପସ ରଞ୍ଜନ ଜେନା, ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ର୍ରଭାତ ନାୟକ, ସୁନ୍ଦରାପାଳ ଡାକ୍ତରଖାନାର ଡାକ୍ତର ସୁଦୀପ୍ତା ପଟ୍ଟନାୟକ, ବିପିଏମ ଚନ୍ଦନ ସାହୁ, ଆୟୁଷ ଡାକ୍ତର ଦିଲ୍ଲିପ ମହାଳିକ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ହାଟଡିହି ଅଞ୍ଚଳର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଉପୁଜୁଥିବା ସ୍ୱାସ୍ଥ୍ୟ ସମସ୍ୟା ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସୁନ୍ଦରାପାଳ ଡାକ୍ତରଖାନା ପରିସରକୁ ସୌନ୍ଦର୍ଯ୍ୟ କରଣ କରିବା ଉପରେ ବିଧାୟକ ପରାମର୍ଶ ଦେଇଥିଲେ । ଏଥିରେ ସୁଧାକର ଓଝା, ରବିନ୍ଦ୍ର କୁମାର ସାହୁ, ଧବଳେଶ୍ୱର ପଟ୍ଟନାୟକ, ସୁଧାଶୁଂ ମଲ୍ଲିକ, ଗୌରାଙ୍ଗ ରଣା, ବଳରାମ ଜେନା, ପ୍ରଦୀପ କୁମାର ଜେନା, କୁଳମଣି ରାଉତ, ସମିତିସଭ୍ୟ ପ୍ରଭାତ ରାଉତ ପ୍ରମୁଖ ଉପସ୍ଥିତ ଥିବାବେଳେ ଏନ.ଏଚ.ଏମ କନିଷ୍ଠଯନ୍ତ୍ରୀ ଜ୍ଞାନ ରଞ୍ଜନ ସେଠୀ , ଉମାକାନ୍ତ ଜେନା, ଗଗନ ବିହାରୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ