ସୁନ୍ଦରୀ ଝିଅ ବସ୍ ରେ ଚଢ଼ିବା ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ ଅମିତାଭ ମୁମ୍ବାଇ
‘କୌନ୍ ବନେଗା କରୋଡପତି ‘ର ଏକ ଏପିସୋଡରେ ଅମିତାଭ ବଚ୍ଚନ ତାଙ୍କ କଲେଜ ଦିନର ସ୍ମୃତିକୁ ମନେ ପକାଇଛନ୍ତି । ଦିଲ୍ଲୀରେ ଛାତ୍ର ଥିବା ସମୟରେ ସୁନ୍ଦରୀ ଝିଅମାନଙ୍କ ସହିତ ସେ ବସ୍ରେ ଯାତ୍ରା କରୁଥିଲେ । ସୁନ୍ଦରୀ ଝିଅମାନେ ବସ୍ରେ ନ ଚଢ଼ିବା ପର୍ଯ୍ୟନ୍ତ ବିଗ୍ ବି ସେମାନଙ୍କୁ ଅପେକ୍ଷା କରୁଥିଲେ । ଏହିସବୁ ସ୍ମୃତି ମନେ ପକାଇ ଅମିତାଭ କହିଥିଲେ, ‘ମୁଁ ତିନି ମୂର୍ତ୍ତି ପାଖରେ ରହୁଥିଲି ଏବଂ ବସ୍ରେ ପ୍ରତିଦିନ କଲେଜ ଯିବାଆସିବା କରୁଥିଲି । ଏହି ବସ୍ ସଂସଦ ଦେଇ ଯାଉଥିଲା ଓ ମୋତେ ମୋ ୟୁନିଭର୍ସିଟି ପାଖରେ ନେଇ ଛାଡୁଥିଲା । ସେହି ରାସ୍ତାରେ ସିପି ଓ ଆଇପି କଲେଜର ସୁନ୍ଦରୀ ଝିଅମାନେ ମିରାଣ୍ଡା ହାଉସ ଯିବା ପାଇଁ ବସ୍ରେ ଚଢୁଥିଲେ । ଅନେକ ବର୍ଷ ପରେ ଯେବେ ମୁଁ ୟୁନିଭର୍ସିଟିରୁ ଗ୍ରାଜୁଏସନ୍ ଡିଗ୍ରୀ ନେଇ ଚାକିରି କରିବା ଆରମ୍ଭ କଲି ସେହି ସୁନ୍ଦରୀ ଝିଅମାନଙ୍କ ମଧ୍ୟରୁ ଜଣଙ୍କୁ ଦେଖା କରିଥିଲି, ଯିଏ ମୋ ସହିତ ବସରେ ଯାତ୍ରା କରୁଥିଲେ । ଦେଖା ହୋଇ କଥାବାର୍ତ୍ତା ହେବା ସମୟରେ ମହିଳା ଜଣଙ୍କ ଅମିତାଭଙ୍କୁ କହିଥିଲେ, ‘ବସ୍ରେ ଯାତ୍ରା କରିବା ସମୟରେ ସେ ବି ଅମିତାଭଙ୍କୁ ଦେଖା କରିବା ପାଇଁ ଅପେକ୍ଷା କରୁଥିଲେ । ଏଥିପାଇଁ ସେ ତାଙ୍କ ବନ୍ଧୁ ପ୍ରାଣ ସହିତ ବସ୍ ଷ୍ଟପ୍ରେ ଛିଡ଼ା ମଧ୍ୟ ହେଉଥିଲେ । ଯେବେ ବସ୍ ଆସୁଥିଲା ତେବେ ତାଙ୍କ ମନରେ ଗୋଟିଏ ହିଁ ବିଚାର ଆସୁଥିଲା । ‘ପ୍ରାଣ (ତାଙ୍କ ବନ୍ଧୁ) ଯାଏ ପର୍ ବଚ୍ଚନ ନା ଜାୟେ । କେବିସିରେ ଏହିସବୁ କଥା କହି ଅମିତାଭ ଦର୍ଶକମାନଙ୍କୁ ହସାଇବା ସହିତ ମନୋରଞ୍ଜନ କରିଥିଲେ ।


