ସୁନ୍ଦରୀ ହେବାରୁ ଅଭିନେତ୍ରୀଙ୍କ ହାତରୁ ଖସିଗଲା ଫିଲ୍ମ

ମୁମ୍ବାଇ: ଅନେକ ଥର ଦେଖିବାକୁ ମିଳିଛି ଯେ ଅଭିନେତ୍ରୀଙ୍କ ହାତରୁ ବହୁତ ବଡ଼ ବଡ଼ ଫିଲ୍ମ ଖସି ଯାଇଥାଏ । ଏହା ପଛର କାରଣ ବି ଭିନ୍ନ ଭିନ୍ନ ରହିଥାଏ । କେତେବେଳେ ଉଚ୍ଚତାକୁ ନେଇ ତ କେତେବେଳେ ତ୍ୱଚାର ରଙ୍ଗକୁ ନେଇ କିମ୍ବା ଫିଗର ପାଇଁ ଅଭିନେତ୍ରୀଙ୍କ ହାତରୁ ଫିଲ୍ମ ଖସି ଯାଇଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି କୌଣସି ଅଭିନେତ୍ରୀଙ୍କୁ ନିଜ ସୌନ୍ଦର୍ଯ୍ୟ ପାଇଁ ଫିଲ୍ମ ହରାଇବାକୁ ପଡ଼ିଥାଏ । ଏଭଳି ଏକ ଘଟଣା ବଲିଉଡର ଜଣେ ଅଭିନେତ୍ରୀଙ୍କ ସହ ଘଟିଛି । ଫିଲ୍ମ “ପ୍ୟାର କା ପଞ୍ଚନାମା’, “ସୋନୁ କି ଟିଟୁ କି ସ୍ୱିଟି’ ପରି ହିଟ୍ ଫିଲ୍ମରୁ ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ନୁସରତ୍ ଭରୁଚାଙ୍କ ସହ । ନୁସରତଙ୍କୁ ଓସ୍କାର ବିଜେତା ହଲିଉଡ ଫିଲ୍ମ “ସ୍ଲମଡଗ ମିଲିଓନେୟାର’ ପାଇଁ ସର୍ଟ ଲିଷ୍ଟ କରାଯାଇଥିଲା । ଫିଲ୍ମର ନିର୍ଦ୍ଦେଶକ ଡ୍ୟାନି ବୟେଲ୍ ନୁସରତଙ୍କୁ ଲତିକା ଭୂମିକା ପାଇଁ ବାଛିଥିଲେ । ସେ ଏଥିପାଇଁ ଅଡିଶନ ମଧ୍ୟ ଦେଇଥିଲେ । ହେଲେ ପରେ ଏହି ରୋଲ୍ ଫ୍ରିଡା ପିଣ୍ଟାଙ୍କୁ ଦିଆଗଲା । ଏହା ପଛର କାରଣ କ’ଣ ନିର୍ଦ୍ଦେଶକ କାହାକୁ କିଛି କହି ନଥିଲେ । ହେଲେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନୁସରତ୍ ନିଜେ କହିଥିଲେ ଯେ ନିଜ ସୌନ୍ଦର୍ଯ୍ୟ ପାଇଁ ତାଙ୍କୁ ଏହି ଫିଲ୍ମ ମିଳି ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ