ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତାରେ ରାଜ୍ୟସ୍ତରରେ ୫ମ ସ୍ଥାନ ହାସଲ କରି ଗଞ୍ଜାମର ଗୌରବ ଆଣିଲେ ଏସ. ଅଜିତ କୁମାର ପାତ୍ର

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌) : ଗଞ୍ଜାମ ଜିଲା ଅମେଚର ବଡିବିଲଡିଂ ଆସୋସିଏସନ ପକ୍ଷରୁ ରାଜେଶ ବଡିବିଲଡିଂ ଜିମ ସହଯୋଗରେ ଗଞ୍ଜାମ ଜିଲା ବରିଷ୍ଠ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ହିଲପାଟଣାସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ ଆୟୋଜିତ ପ୍ରତିଯୋଗୀତାକୁ ବ୍ରହ୍ମପୁର ଏସପି ପିନାକ୍‌ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଏଏସପି ପ୍ରଭାତ ରାଉତରାୟ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁକୁଡାଖଣ୍ଡି ବ୍ଳକ ଚେୟାରମ୍ୟାନ କାମାକ୍ଷା ପ୍ରସାଦ ପାତ୍ର, ପ୍ରସନ୍ନ କୁମାର ଦାଶ, ପୋଲସରା ଏନଏସି କାର୍ଯ୍ୟନିବାହୀ ଅଧିକାରୀ ଇନ୍ଦିରାମଣୀ ପଟ୍ଟନାୟକ ମଞ୍ଚାସୀନ ଥିଲେ । ବି. ଭେନୁଗୋପାଳ ରାଓ, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ଉମାଚରଣ ଶତପଥି, ସୋମନାଥ ନନ୍ଦ, ନାରାୟଣ ସାହୁ, ଏସ ରାଜେଶ ବାବୁ ଆଚାରୀ ପ୍ରମୁଖ ବିଚାରକ ଭାବେ ଯୋଗଦେଇଥିଲେ । ଆସୋସିଏସନର ସଭାପତି ସତ୍ୟନାରାୟଣ ସ୍ୱାଇଁ, ପାଟ୍ରନ୍‌ ପ୍ରଦୀପ କୁମାର ଶତପଥି, ଯୁଗ୍ମ ସମ୍ପାଦକ ଗଙ୍ଗାଧର ପାତ୍ର, ଡି. ବ୍ରଜମୋହନ ପାତ୍ର, ଜଗନ୍ନାଥ ପ୍ରସାଦ ସାହୁ, ଦିଦିଲତା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ । ଷ୍ଟେଜ୍‌ ମାର୍ସଲ ଭାବେ ସନ୍ତୋଷ କୁମାର ଆଚାରୀ, ଶିବ ଶଙ୍କର ସାହୁ, ଅମରଜିତ୍‌ ପଟ୍ଟନାୟକ, ଡ. ଶୁଭ୍ରାଂସୁ ଶେଖର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପ୍ରତିଯୋଗୀତାରେ ଜିଲାର ବିଭିନ୍ନ ଅନୁଷ୍ଠାନର ୭୫ ଜଣ ପ୍ରତିଯୋଗୀତା ଭାଗନେଇଥିଲେ । ଏହି ପ୍ରତିଯୋଗିତାରେ ଏସ. ଅଜିତ କୁମାର ପାତ୍ର ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସେହିପରି ଗତ ଦୁଇଦିନ ଧରି ଭୁବନେଶ୍ୱରସ୍ଥିତ ଭଞ୍ଜ ମଣ୍ଡପ ଠାରେ ଅନୁଷ୍ଠିତ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଶ୍ରୀ ପାତ୍ର ୫ମ ସ୍ଥାନ ହାସଲ କରି ଗଞ୍ଜାମର ଗୌରବ ଆଣିଛନ୍ତି । ଏହି ସଫଳତା ପାଇଁ ଜିଲ୍ଲା ଭାରୋତ୍ତଳନ ସଂଗଠନର ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରବି ରଥ ଶ୍ରୀ ପାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ