ସୁପର ମମ୍ ପ୍ରତିଯୋଗିତା ୨୦୨୪
ଚୌଦ୍ୱାର, (ଦୀପକ୍ କୁମାର୍ ବେଉରା):ଚୌଦ୍ୱାରସ୍ଥିତ ଦ ବିଆଇପିଏଫ୍ ସ୍କୁଲର ପ୍ରାଙ୍ଗଣରେ ସୁପର ମମ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ନମଶ୍ରୀ ପତି ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ | ଏଥିରେ ବିଭିନ୍ନ ପ୍ରକାରର କ୍ରୀଡା ପ୍ରତଯୋଗିତାର ଆୟୋଜନ କରାଯାଇଥିଲା | ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ମା’ ମାନେ ଅଂଶଗ୍ରହଣ କରିଥିଲେ | ସ୍କୁଲ୍ ମଧ୍ୟରେ ଏକ ଖୁସିର ବାତାବରଣ ସୃଷ୍ଟି ହୋଇଥିଲା | ପ୍ରତିଯୋଗୀ ମା’ମାନଙ୍କୁ ଛାତ୍ରଛାତ୍ରୀମାନେ ଉତ୍ସାହିତ କରିଥିଲେ | ପ୍ରଥମ ପ୍ରତିଯୋଗିତା ଜମ୍ପ୍ ଆଣ୍ଡ୍ କ୍ଲାପରେ ପ୍ରଥମ ସ୍ଥାନ ଶ୍ରୀମତୀ ନାଜିଆ ନାଜେସ୍ ,ଦ୍ୱିତୀୟ ସ୍ଥାନ ଶ୍ରୀମତୀ ମୌସୁମୀ ପ୍ରତିହାରୀ ,ତୃତୀୟ ସ୍ଥାନ ଶ୍ରୀମତୀ ଇପ୍ସିତା ପାତ୍ର ଅଧିକାର କରିଥିଲେ |ଦ୍ୱିତୀୟ ପ୍ରତିଯୋଗିତା ହିଟ୍ ଦ ଟାର୍ଗେଟରେ ପ୍ରଥମ ସ୍ଥାନ ଶ୍ରୀମତୀ ପ୍ରିୟଦର୍ଶିନୀ ସ୍ୱାଇଁ ,ଦ୍ୱିତୀୟ ସ୍ଥାନ ଶ୍ରୀମତୀ ଗାୟତ୍ରୀ ସାହୁ ,ତୃତୀୟ ସ୍ଥାନ ଶ୍ରୀମତୀ ଭାଗ୍ୟଶ୍ରୀ ନାୟକ ଅଧିକାର କରିଥିଲେ | ତୃତୀୟ ପ୍ରତିଯୋଗିତା ଏକ୍ସଚେଞ୍ଜ ଦ ପୋଲରେ ପ୍ରଥମ ସ୍ଥାନ ଶ୍ରୀମତୀ ଇତିଶ୍ରୀ ତିୱାରୀ,ଦ୍ୱିତୀୟ ସ୍ଥାନ ଶ୍ରୀମତୀ ମାମିନା ଧର ତୃତୀୟ ସ୍ଥାନ ଶ୍ରୀମତୀ ଦୀପ୍ତିମଞ୍ଜରୀ ବେହେରା ଅଧିକାର କରିଥିଲେ | ଚତୁର୍ଥ ପ୍ରତିଯୋଗିତା ବାଲାନସିଂ ରେସରେ ପ୍ରଥମ ସ୍ଥାନ ଶ୍ରୀମତୀ ଜ୍ୟୋସ୍ନାରାଣୀ ପ୍ରତିହାରୀ,ଦ୍ୱିତୀୟ ସ୍ଥାନ ସସ୍ମିତା ଦାସ ,ତୃତୀୟ ସ୍ଥାନ ବିନ୍ଦିଆ ସ ଅଧିକାର କରିଥିଲେ | କ୍ରୀଡାଶିକ୍ଷକ ପ୍ରଣବ ସରକାର ମାର୍ଗଦର୍ଶକ ଭାବେ କ୍ରୀଡାକୁ ସୂଚାରୁରୂପେ ସମ୍ପାଦନ କରିଥିଲେ | ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉକ୍ତ କ୍ରୀଡାର ସୁପରିଚାଳନା କରିଥିଲେ | କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା | ପରିଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପୁଷ୍ପିତ। ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ |