ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ୬ ମାସ ଚାକିରୀ କରିଥିଲେ ଡିଜିପି ହୋଇପାରିବେ ନାହିଁ
ସୁପ୍ରିକୋର୍ଟ ବୁଧବାର ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ରାୟ ଅନୁସାରେ ଏଣିକି ୬ ମାସରୁ କମ୍ ଚାକିରି ଥିବା ଆଇପିଏସ୍ ଅଫିସର ଡିଜିପି ହୋଇପାରିବେନି। ୬ ମାସ ଚାକିରି ଥିବା ଆାଇପିଏସ୍ ଅଫିସର ଏହି ପଦବୀରେ ନିଯୁକ୍ତ ହୋଇପାରିବେ। ଏନେଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ରାୟ ଦେଇଛନ୍ତି। ଉତ୍ତରପ୍ରଦେଶ ଡିଜିପି ପ୍ରକାଶ ସିଂଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି କହିଛନ୍ତି। ୨ ବର୍ଷ ଚାକିରି ଥିବା ଆଇପିଏସ୍ ଅଧିକାରୀଙ୍କୁ ଡିଜିପି ଭାବେ ନିଯୁକ୍ତ କରିବା ନିୟମ ବିରୋଧରେ ପ୍ରକାଶ ସିଂଙ୍କ ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୁଷଣ ଏହି ମାମଲାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ,ବିଚାରପତି ଏଲ୍. ନାଗେଶ୍ୱର ରାଓ ଏବଂ ସଞ୍ଜିବ୍ ଖାନ୍ନାଙ୍କ ସମ୍ମୁଖରେ ନିଜର ପକ୍ଷ ରଖିଥିଲେ। ଗତମାସରେ ଆଦାଲତ ଏହି ମାମଲାରେ ରାୟ ସଂରକ୍ଷିତ ରଖିଥିଲେ। ଏନେଇ ରାଜ୍ୟ ସରକାରଙ୍କୁ ତଥା ୟୁପିଏସ୍ସିକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ତଥା ବରିଷ୍ଠତା ଭିତ୍ତିରେ ଏକ ପ୍ୟାନେଲ୍ ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।