ସୁପ୍ରିମକୋର୍ଟରେ ଅଯୋଧ୍ୟା ରିଭ୍ୟୁ ଶୁଣାଣୀ

ଦିଲ୍ଲୀ : (ଯୁଗାବ୍ଦ ନ୍ୟୁଜ) : ବହୁ ଚର୍ଚ୍ଚିତ ଅଯୋଧ୍ୟା ସ୍ଥିତ ରାମ ଜନ୍ମଭୂମି ବାବ୍ରି ମସ୍‌ଜିଦ୍‌ ଜମି ମାମଲାର ଶୁଣାଣି ମାନ୍ୟବର ସୁପ୍ରିମକୋର୍ଟ ପ୍ରକାଶ କରିଥିଲେ ମଧ୍ୟ ଏଥିରେ ସନ୍ତୁଷ୍ଟ ନହୋଇ ଏହି ମାମଲାର ମୁଖ୍ୟ ଅଭିଯୋଗକାରୀ ନିର୍ମୁହି ଆଖଡା ଗୁରୁବାର ପୂର୍ନବିଚାର କରିବା ପାଇଁ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି । ସୁଚନାଯୋଗ୍ୟ , ନଭେମ୍ବର୯ ତାରିଖରେ ମାନ୍ୟବର କୋର୍ଟ ନିର୍ଦ୍ଧେଶରେ ବିବାଦୀୟ ସ୍ଥଳରେ ମନ୍ଦିର ଏବଂ ମସ୍ଜିଦ୍ ନିର୍ମାଣ ପାଇଁ ବିକଳ୍ପ ସ୍ଥାନରେ ୫ ଏକର ଜମି ଦିଆଯାଉ ବୋଲି ଚୁଡାନ୍ତ ରାୟରେ ପ୍ରକାଶ କରାଯାଇଥିଲା । ଇତି ମଧ୍ୟରେ ମୁସଲମାନ ସଂଗଠନ ମଧ୍ୟ ଏହାର ପୂନର୍ବିଚାର ପାଇଁ ପିଟିସନ୍ ଦାଖଲ କରିଥିଲେ । ଠିକ୍ ସେହିଭଳି ମସ୍ଜିଦ୍ ପାଇଁ କାହିଁକି ୫ ଏକର ଜମି ସରକାର ଆବଣ୍ଟନ କରିବେ ଏହାକୁ ଚ୍ୟାଲେଞ୍ଜ କରି ନିର୍ମୋହି ଆଖଡା ପକ୍ଷରୁ ପିଟିସନ୍ ଦାଖଲ ହୋଇଛି। ତେବେ ଗୁରୁବାର ସୁପ୍ରିମକୋର୍ଟର ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏକ ରୁଦ୍ଧଦ୍ୱାର ଶୁଣାଣିର ଆୟୋଜନ କରିଛନ୍ତି। ପ୍ରଧାନ ବିଚାରପତି ଏସ୍ଏ ବୋବଡ଼େଙ୍କ ନେତୃତ୍ୱାଧୀନ ସୁପ୍ରିମ୍ କୋର୍ଟର ଏହି ଖଣ୍ଡପୀଠରେ ରହିଛନ୍ତି ବିଚାରପତି ଡି. ଓ୍ଵାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ, ଏସ୍ଏ ନଜୀର ଏବଂ ସଞ୍ଜୀବ ଖାନ୍ନା। ଯଦି ମୁକ୍ତ ଅଦାଲତ ଶୁଣାଣି ପାଇଁ ଶୀର୍ଷ ଅଦାଲତ ନିଷ୍ପତ୍ତି ନିଅନ୍ତି, ତେବେ ପୁଣି ଥରେ ସବୁ ପକ୍ଷମାନଙ୍କର ଯୁକ୍ତି ଶୁଣିବାକୁ ପଡ଼ିବ। ଯଦି ଖଣ୍ଡପୀଠ ଏହା ନ କରିବାକୁ ସ୍ଥିର କରନ୍ତି, ତେବେ ପିଟିସନ୍ଗୁଡ଼ିକର ପୁନର୍ବିଚାର ଖାରଜ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ