ସୁପ୍ରିମକୋର୍ଟରେ ଇଭିଏମ୍ ଭିଭିପାଟ୍ ପ୍ରସଙ୍ଗ
ବର୍ତ୍ତମାନ ସମୟରେ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରୁ ଭିଭିପାଟର ନମୁନା ସର୍ବେକ୍ଷଣ ସଂଖ୍ୟା ବୃଦ୍ଧି କରି ଏକରୁ ଅଧିକ କରିବା ପାଇଁ ସୁପ୍ରିମକୋର୍ଟ ଆଜି ନିର୍ବାଚନ ଆୟୋଗକୁ ପରାମର୍ଶ ଦେବା ସହ ଆସନ୍ତା ଗୁରୁବାର ଅର୍ଥାତ୍ ମାର୍ଚ୍ଚ ୨୮ ସୁଦ୍ଧା ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧ରେ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଇଭିଏମ୍ ଓ ଭିଭିପ୍ୟାଟର ଭୋଟକୁ ମିଳାଇବା ପାଇଁ ଦାବି କରି ମାର୍ଚ୍ଚ ୧୪ରେ ୨୧ଟି ବିରୋଧୀ ଦଳ ପକ୍ଷରୁ ଦାୟର କରାଯାଇଥିôବା ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ବାଚନ କମିଶନଙ୍କ ପକ୍ଷରୁ ଉପମୁଖ୍ୟ ନିର୍ବାଚନ କମିଶନର ସୁଦୀପ ଜୈନ ପକ୍ଷ ରଖିଥିଲେ । ତାଙ୍କୁ ଭିଭିପାଟ ସଂଖ୍ୟା କାହିଁକି ଅଧିକ ବଢ଼ାଇପାରିବ ନାହିଁ ବୋଲି ପ୍ରଶ୍ନ କରିଥିଲେ ପ୍ରଧାନ ବିଚାରପତି । ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୁଦୀପ ଜୈନ କହିଥିଲେ, ଏହାର କୌଣସି ଆବଶ୍ୟକତା ନାହିଁ । ଏହା ପରେ କୋର୍ଟ କଡ଼ା ଭାଷାରେ ତାଙ୍କୁ ତାଗିଦ୍ କରିଥିଲେ । ଯଦି ଏସବୁର ଆବଶ୍ୟକତା ନାହିଁ, ତେବେ କାହିଁକି କୋର୍ଟର ନିର୍ଦ୍ଦେଶକୁ ଅପେକ୍ଷା କରୁଛ ବୋଲି ଖଣ୍ଡପୀଠ ତାଙ୍କୁ ପ୍ରଶ୍ନ କରିଥିଲେ । ସୂଚନାଯୋଗ୍ୟ, ଇଏଭିଏମ୍ ଓ ଭିଭିପାଟକୁ ନେଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ୨୧ଟି ବିରୋଧୀ ଦଳ । ସେମାନେ କରିଥିବା ଆବେଦନରେ ଦର୍ଶାଇଥିଲେ ଯେ, ଇଭିଏମ୍କୁ ଶାସକ ଦଳ ବିଜେପିକୁ ସୁହାଇଲା ଭଳି କରାଯାଇଛି । ର୍ନିବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ ଓ ଭିଭିପାଟରେ “ଟେଷ୍ଟେଡ୍’ ହୋଇଥିବାର ଷ୍ଟିକର ଲାଗିଥିବା ଏବଂ ଭୋଟ୍ ଗଣତି ପୂର୍ବରୁ ୫ଠ ପ୍ରତିଶତ ଭିଭିପାଟ ସହ ଇଭିଏମ୍ ଭୋଟକୁ ମିଳାଇବା ପାଇଁ ଦାବି କରିଥିଲେ । କଂଗ୍ରେସ ସମେତ ଟିଡିପି, ଏନସିପି, ବିଏସପି, ଏସପି ଓ ବାମ ଦଳ ଭଳି ୨୧ଟି ଦଳ ଏହି ଅ ।ବେଦନ କରିଥିଲେ ।


