ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ: ମହିଳା ନୌସେନାଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ

ନୂଆଦିଲ୍ଲୀ : ନୌସେନାରେ ମହିଳା ଅଧିକାରୀଙ୍କ ସ୍ଥାୟୀ କମିଶନ ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଦେଇଛନ୍ତି । ମହିଳା ନୌସେନାଧିକାରୀଙ୍କୁ ମିଳିବ ସ୍ଥାୟୀ କମିଶନ୍ ନିଯୁକ୍ତି ମିଳିବା ନେଇ ଉଚ୍ଚତମ ନ୍ୟାୟାଳୟ ଆଦେଶ ଦେଇଛନ୍ତି । ନୌସେନାରେ ପୁରୁଷ ଅଫିସରଙ୍କ ପରି ମହିଳା ଅଫିସରଙ୍କୁ ମିଳିବ ସମାନ ଅଧିକାର। କମାଣ୍ଡ ପୋଷ୍ଟିଂରୁ ବି ବଞ୍ଚିତ ହେବେନି ଯୋଗ୍ୟ ମହିଳା ଅଧିକାରୀ। ନୌସେନାରେ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ନିଯୁକ୍ତି ସଂକ୍ରାନ୍ତ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୂଡ଼। ଏନେଇ କେନ୍ଦ୍ରକୁ ଅବଗତ କରାଯାଇଛି। ଲିଙ୍ଗଗତ ଭିତ୍ତିରେ ନୁହେଁ, ବରଂ ଅଧିକାରୀଙ୍କ ଯୋଗ୍ୟତା ଆଧାରରେ ଏନେଇ ନିଷ୍ପତ୍ତି ନିଆଯାଉ ବୋଲି କହିଛନ୍ତି ଉଚ୍ଚତମ ନ୍ୟାୟାଳୟ।ସାମାଜିକ ଓ ମାନସିକ କାରଣ ଦର୍ଶାଇ ମହିଳା ଅଧିକାରୀଙ୍କ ପ୍ରତି ଭେଦଭାବ କରିବାକୁ ବରଦାସ୍ତ କରାଯାଇ ପାରିବନି ବୋଲି ଉଚ୍ଚତମ ନ୍ୟାୟାଳୟ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ