ସୁବଳୟା ହାଇସ୍କୁଲରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଗଂଜାମ, (ବିନୋଦ ପଲାଇ) :ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଠାରେ ଥିବା ଗୋପାଳକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନାରାୟଣ ନାହାକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀମତୀ ସଂଧ୍ୟାରାଣୀ ପଟ୍ଟନାୟକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା,ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନଙ୍କ ସହ ସମ୍ମାନିତ ଅତିଥି ଭାବେ ୧୫ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସନାତନ ବେହେରା ,ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ଶ୍ରୀ ସୁରଥ ପ୍ରଧାନ,ସୁବଳୟା ପଂଚାୟତର ସରପଞ୍ଚଙ୍କ ପ୍ରତିନିଧି ଶ୍ରୀ ରମେଶ ବେହେରା,ଅବସରପ୍ରାପ୍ତ ଶିକ୍ଷକ ଜବାହାରଲାଲ ନାୟକ,ରମ୍ଭା ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ବାଳକୃଷ୍ଣ ମହାରଣା,ପୂର୍ବତନ ସରପଞ୍ଚ ଶ୍ରୀ କେଦାର ନାଥ ସ୍ୱାଇଁ,ଗଣେଶ ବେହେରା ପ୍ରମୁଖ ଯୋଗଦେଇ ଏହି ବିଦ୍ୟାଳୟରେ ନାରାୟଣ ସାରଙ୍କ ଚାକିରୀ ଜୀବନର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୀର୍ଘ ୩୬ ବର୍ଷ କାର୍ଯ୍ୟକାଳର ଭୁରି ଭୁରି ପ୍ରସଂଶା କରିଥିଲେ ।ସେ ଜଣେ ସରଳ,ମିଷ୍ଟଭାଷୀ,ସମୟାନୁବର୍ତ୍ତିତା,କର୍ତ୍ତବ୍ୟ ନିଷ୍ଠ,ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ହିସାବରେ ଏହି ଅଞ୍ଚଳ ପ୍ରତି ତାଙ୍କ ଅବଦାନର ସ୍ମୃତି ଚାରଣ କରିଥିଲେ ।ଉକ୍ତ ସଭାର ଆରମ୍ଭରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ବିଜୟ କୁମାର ପଣ୍ଡା ପ୍ରାରମ୍ଭିକ ସୂଚନା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ ।ଏହି ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ ମଞ୍ଚ ପରିଚାଳନା ସହ ସଂଯୋଜନା କରିଥିଲେ ।ଶ୍ରୀ ନାହାକ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା ପରେ ପରେ ସମ୍ବର୍ଦ୍ଧନାର ପ୍ରତି ଉତ୍ତରରେ ତାଙ୍କର ଅତୀତ ସ୍ମୃତି ଚାରଣ ବେଶ ହୃଦୟସ୍ପର୍ଶୀ ଥିଲା ।ଏହି ଅନୁଷ୍ଠାନର ପ୍ରତିଦାନକୁ ସେ ଜୀବନରେ କେବେବି ଭୂଲି ପାରିବେ ନାହିଁ ବୋଲି ମତବ୍ୟକ୍ତ କରିଥିଲେ ।ଏହି ଭବ୍ୟ ସମ୍ବର୍ଦ୍ଧନା ଉତ୍ସବକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ପରିଚାଳନା କମିଟିର କର୍ମକର୍ତ୍ତାମାନେ ସୁଚାରରୂପେ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ପରେ ପରେ ପୂଜ୍ୟପୂଜାକୁ ସମ୍ମାନ ଜଣାଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ପୁରାତନ ଛାତ୍ର ଓ ଗ୍ରାମବାସୀଙ୍କ ଗହଣରେ ଶ୍ରୀ ନାହାକଙ୍କୁ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରି ନିଜ ଗ୍ରାମ ବୁରୁଡ଼ି ସ୍ଥିତ ବାସଗୃହରେ ବିଦାୟ ଦେଇ ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ