ସୁବାଷ ମହାରଣା ଙ୍କ ଦ୍ଵାରା ବୃକ୍ଷ ରୋପଣ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍): ଆଜି ବିଜୁ ଜନତା ଦଳ ସମ୍ପାଦକ ତଥା “ଜୀବନ ବିନ୍ଦୁ” ସଂଯୋଜକ ସୁବାଷ ମହାରଣା ଙ୍କ ଦ୍ଵାରା ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ବ୍ରଜନଗର ପ୍ରଥମ ଗଳିରେ ଅନୁଷ୍ଠିତ ହୋଇ ଥିଲା l ଏଥିରେ ମହିଳା ବିଜୁ ଜନତା ଦଳ ସମ୍ପାଦକ ସଂଘମିତ୍ରା ଦଳେଇ, ଯୁବ ସଭାପତି ମୁକୁନ୍ଦ ଗୌଡ଼, ମହିଳା ସଭାନେତ୍ରୀ ମମତା ବିଶୋଇ ତଥା ମହାନଗର ସଭାପତି ବିଜୟ ସାମଲ ଉପସ୍ଥିତ ହୋଇ ଘରେ ଘରେ ଚାରା ବଣ୍ଟନ କରିଥିଲେ l ବିଜୁ ଜନତା ଦଳର ସମସ୍ତ ନେତୃ ବୃନ୍ଦଙ୍କୁ ସାହିବାସିନ୍ଦା ଧନ୍ୟବାଦ ସହିତ ପୁଷ୍ପଗୁଛ ଅର୍ପଣ କରିଥିଲେ l