ସୁବାସ ବୋଷ ଛକରେ ନେତାଜୀ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହରର ସୁବାସ ବୋଷ ଛକରେ ଆଜି ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଗଜପତି ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ସଂଗ୍ରାମ ଶେଖର ପଣ୍ଡା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନେତାଜୀଙ୍କ ବଳିଷ୍ଠ କାର୍ଯ୍ୟଦକ୍ଷତା ଉପରେ ଗୁରୁତ୍ୱାରୋପ କରି ପ୍ରତ୍ୟେକ ବ୍ୟକ୍ତି ଏଥିରେ ଅନୁପ୍ରାଣିତ ହୋଇ ସମାଜ ଓ ଦେଶର ଉନ୍ନତି କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ପାରଳା ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଜୟନ୍ତୀ ସଭାରେ ନେତାଜୀ ଛକର ବାସୀନ୍ଦାମାନଙ୍କ ସହ ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।


