ସୁବ୍ରମନିଆ ଭାରତୀଙ୍କ ଜନ୍ମ ଦିନ ପାଳିତ

ଚିକିଟି, (ପୁଷ୍ପାଞ୍ଜଳି ମିଶ୍ର):ରାଜ୍ୟ ରାଜ୍ୟ ଭିତରେ ଥିବା ଭାଷା, ସଂସ୍କୃତି ଓ ପରମ୍ପରାର ବିଭେଦତl ଦୂର କରି ଭାଷା ମାଧ୍ୟମରେ ଏକତା ସୂତ୍ରରେ ଓ ବିଭିନ୍ନ  ସାଂସ୍କୃତିକ ପରମ୍ପରାରେ ବାନ୍ଧିବା  ଲକ୍ଷ୍ୟରେ ତାମିଲ ମହାକବି ସୁବ୍ରମନିଆ ଭାରତୀଙ୍କ ଜନ୍ମଦିବସ ପାଳିତ ହୋଇଥିଲା।ଏହି ଅବସରରେ ବ୍ଲକର ସମସ୍ତ ବିଦ୍ୟାଳୟରେ ଭାଷା ମହୋତ୍ସବ ପାଳିତ ହୋଇଥିବା ବେଳେ ବାହିନୀପତିସ୍ଥିତ ଓଁ ଶ୍ରୀଗୁରୁ ଆଦିବାସୀ ଆବାସିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟରେ ପ୍ରାର୍ଥନା ପରେ ସଂସ୍କୃତ ଶିକ୍ଷକବୈକୁଣ୍ଠ ନାଥ ସାହୁ ଙ୍କ ଦ୍ଵାରା ଗୀତା ଶ୍ଳୋକ ଓ ଭାଗବତ ର ଆବୃତ୍ତି ପରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ସୁଦୀପ୍ତ କୁମାର ପଟ୍ଟନାୟକ ତାମିଲ ମହାକବିଙ୍କ ଜନ୍ମ ଓ ତାଙ୍କ ଦ୍ଵାରା ରଚିତ କବିତା ପାଠ କରିଥିଲେ l ତାଙ୍କ ରଚିତ କବିତା, ଦେଶପ୍ରେମ, ଆଧ୍ୟାତ୍ମିକ ଜୀବନ ଉପରେ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଆଲୋକପାତ କରିଥିଲେ l ମହାକବିଙ୍କ ଉପରେ ଆଧାରିତ ଭିଡିଓକୁ ଛାତ୍ର ଛାତ୍ରୀଙ୍କୁ ପ୍ରଦର୍ଶିତ କରାଯାଇଥିଲା l ଏହି ଅବସରରେ ବରିଷ୍ଠ  ଶିକ୍ଷକ ଫକୀର ମୋହନ ବିଷୋୟୀ, ପ୍ରମୋଦ କୁମାର ବୈଦ୍ୟ, ବୈକୁଣ୍ଠ ନାଥ ସାହୁ, ବୈକୁଣ୍ଠ ନାଥ ପାଢ଼ୀ, ସୁଶାନ୍ତ କୁମାର ପଟ୍ଟନାୟକ, ସିମାଞ୍ଚଳ ଗୌଡ଼, ବୃନ୍ଦାବନ ବିଷୋୟୀ ଓ ମଧୁସୂଦନ ପାଗଡ଼ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ