‘ସୁଭଦ୍ରା’ ଆବେଦନ କରିବାକୁ ଆଧାର କେନ୍ଦ୍ରରେ ମହିଳାଙ୍କ ଲମ୍ବା ଧାଡ଼ି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବା ବେଳେ ଖରାବର୍ଷାକୁ ଖାତିର ନକରି ସୁଭଦ୍ରା ଯୋଜନାରେ ଆବେଦନ କରିବାକୁ ଛତା ଧରି ବ୍ୟାଙ୍କ ଓ ଜନସେବା କେନ୍ଦ୍ର ଆଗରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାରେ ଥିବା ମୋଟ ୭ ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ଼, ରାୟଗଡ଼, ଗୋଷାଣୀ, କାଶୀନଗର, ଗୁମ୍ମା ଆଦି ବ୍ଲକ ଅଞ୍ଚଳରେ ସୁଭଦ୍ରା ଯୋଜନା ପାଇଁ ମହିଳାମାନେ ଏଭଳି ଭାବେ ଦୀର୍ଘ ସମୟ ଧରି ଲମ୍ବା ଧାଡିରେ ଠିଆ ହୋଇ ବହୁ ଦୁଃଖ ଯନ୍ତ୍ରଣା ପାଉଥିବା ଲକ୍ଷ୍ୟ କରାଯାଇଛି. ରାଜ୍ୟରେ ବିଜେପି ସରକାର ଗଠନ ପରେ ସବୁଠୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାରେ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ୪ ତାରିଖରୁ ଯୋଗ୍ୟ ହିତାଧିକାରୀଙ୍କ ଠାରୁ ଆବେଦନ ଫର୍ମ ଗ୍ରହଣ ଆରମ୍ଭ ହୋଇଛି।ଏନେଇ ଗଜପତି ଜିଲ୍ଲା ଗୁମ୍ମା ସଦର ମହକୁମା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଆଧାର ସେଣ୍ଟର ଆଗରେ ଆଧାର କାର୍ଡ ସହିତ ମୋବାଇଲ୍‌ ନମ୍ବର ସଂଯୋଗ ଓ ଆଧାର କାର୍ଡ ଆଧାରିତ ଆକାଉଣ୍ଟ ନମ୍ବର ପାଇଁ ମହିଳା ମାନେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି।ଗୁମ୍ମା ସଦର ମହକୁମା ଠାରେ ଗୋଟିଏ ଆଧାର ସେଣ୍ଟର ଥିବା ଯୋଗୁଁ ଅଧିକାଂଶ ପଞ୍ଚାୟତର ଲୋକେ ଏଠାକୁ ଆସୁଥିବା ବେଳେ ଅଧିକାଂଶ ପଞ୍ଚାୟତରେ ମୋବାଇଲ ଟାୱାର ନଥିବା ଯୋଗୁଁ ଇ-କେୱାଇସି ସୁଭଦ୍ରା ଆବେଦନ କ୍ଷେତ୍ରରେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି।ତେଣୁ ଗ୍ରାମାଞ୍ଚଳରେ ଅନଲାଇନ ମାଧ୍ୟମରେ ସୁଭଦ୍ରା ଆବେଦନ ଓ ଇ-କେୱାଇସି ସଂଶୋଧନ କରିବା କଷ୍ଟସାଧ୍ୟ ବୋଲି ଅଭିଯୋଗ କରିଛନ୍ତି ଆବେଦନକାରୀ।ସରକାର ଆବେଦନ ପ୍ରକ୍ରିୟାକୁ ସରଳ କରିବା ପାଇଁ ଯେଉଁ ପୋର୍ଟାଲ ଖୋଲିଛନ୍ତି ତାହା ଗୁରୁବାର ୧୧ଟା ପର୍ଯ୍ୟନ୍ତ ବନ୍ଦ ଥିବା ଯୋଗୁଁ ଜନସେବା କେନ୍ଦ୍ର ଆଗରେ ମଧ୍ୟ ଭିଡ଼ ଜମିଥିଲା।ସେହିପରି ସରକାର ସୁଭଦ୍ରା ଯୋଜନାରେ ଦେହମୁକ୍ତ ଦାବି କରୁଥିବା ବେଳେ ଆବେଦନ ପାଇଁ ୧୦୦ ଟଙ୍କା ରୁ ୧୫୦ ଟଙ୍କା ଖର୍ଚ୍ଚ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ମହିଳା ମାନେ।ସେପଟେ ପ୍ରିଣ୍ଟ ଖର୍ଚ୍ଚ,ଜେରୋକ୍ସ ଚାର୍ଜ,ଇଲେକ୍ଟ୍ରିକାଲ ଚାର୍ଜ ଏବଂ ବିଭିନ୍ନ ଆବେଦନ କ୍ଷେତ ପାଇଁ ଟଙ୍କା ନିଆଯାଉଛି ବୋଲି ଜନସେବା କେନ୍ଦ୍ର କର୍ମଚାରୀ ମାନେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ