ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ୩ ଯବାନ ସହିଦ ୨ଆତଙ୍କୀ ନିପାତ
ଜମ୍ମୁ-କାଶ୍ମୀର,(ଓ୍ବାଇଏନ୍ଏସ୍) : ଗୁରୁବାର ଜମ୍ମୁ-କାଶ୍ମୀରର ରଜୌରୀରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବାବେଳେ ୩ ଯବାନ ସହିଦ ୨ଆତଙ୍କୀ ନିପାତ ହୋଇଛନ୍ତି । ରଜୌରୀ ସ୍ଥିତ ସେନା କ୍ୟାମ୍ପ ଭିତରକୁ ଅନୁପ୍ରବେଶ କରିବାପାଇଁ ଉଦ୍ୟମ କଲାବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସେହିପରି ଗୁଳିବିନିମୟ ସମୟରେ ଘଟଣାସ୍ଥଳରେ ୩ଜଣ ଯବାନ ସହିଦ ହୋଇଥିବା ଜଣାପଡିଛି । ଆତଙ୍କବାଦୀ ମାନେ ସ୍ୱାଧିନତାଦିବସ ପୂର୍ବରୁ ଏକ ବଡ଼ ଷଡ଼ଯନ୍ତ୍ର କରୁଥିଲେ ଯାହାକୁ ସୁରକ୍ଷାକର୍ମୀ ମାନେ ପଣ୍ଡ କରିବାସହ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ ରଜୌରୀର ଦାରହଲ ଅଞ୍ଚଳର ପାରଗାଲରେ ସେନାର ଏକ କ୍ୟାମ୍ପକୁ ପ୍ରବେଶ କରିବାକୁ ଆତଙ୍କବାଦୀ ମାନେ ଉଦ୍ୟମ କରୁଥିବାବେଳେ ସୁରକ୍ଷାକର୍ମୀ ମାନେ ଜାଣିପାରି ସନ୍ଦିଗ୍ଧ ଆତଙ୍କୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଉଭୟ ପାର୍ଶ୍ୱରୁ ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବାବେଳେ ତିନିଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ସୂଚନା ରହିଛି ।


