ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କବାଦୀ ନିପାତ
ଶ୍ରୀନଗର: ଜମ୍ମୁ-କଶ୍ମୀରର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତ୍ରିରେ ଆତଙ୍କବାଦୀମାନେ ସୁରକ୍ଷା କର୍ମୀ ପେଟ୍ରୋଲିଂ ଟିମ୍ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିବାର ଖବର ମିଳିଛି ସୂଚନା ଅନୁଯାୟୀ ଆତଙ୍କବାଦୀଙ୍କ ଆକ୍ରମଣର ଉଚିତ ଯବାବ ଦେବା ପାଇଁ ସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା । ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଛି । ଏହା ସହ ଘଟଣା ସ୍ଥଳରୁ ସେନା ବିପୁଳ ପରିମାଣର ବାରୁଦ ଓ ମାରଣାସ୍ତ୍ର ଜବତ କରିଛି ପୁଲଓ୍ଵାମାରେ ଦକ୍ଷିଣ ତ୍ରାଳ ଟାଉନସିପ୍ର ମିଦୁରା ହେମଲେଟ୍ରେ ଆତଙ୍କବାଦୀ ଅନାଧୁନିଆ ଆଖିବୁଜା ଗୁଳି ଚଳାଇଥିଲେ। ଏହା ପରେ ଆତଙ୍କୀ ସଠିକ ଯବାନ ଦେବା ପାଇଁ ସେନା ସେହି ଅଂଚଳକୁ ଘେରିଯାଇଥିଲେ । ଆତଙ୍କବାଦୀମାନଙ୍କ ଉପରକୁ ଗୁଳିାଗୋଳା ବର୍ଷଣ କରିଥିଲେ। ଆତଙ୍କବାଦୀମାନଙ୍କୁ ଧରିବାକୁ ସୁରକ୍ଷାବଳ ଜୋରସୋରରେ ଅଭିଯାନ ଚାଲିଛି।ତେବେ ଆତଙ୍କବାଦୀଙ୍କ ପୁଣି ଥରେ ଆକ୍ରମଣ କରିବାକୁ ପ୍ରୟାସ କରିଥିବା ବେଳେ ସେନା ତରଫରୁ ଏହାକୁ ଭଣ୍ଡୁୁର କରାଯାଇଛି ।