ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ

ଜମ୍ମୁ –କାଶ୍ମୀରର ଦକ୍ଷିଣ କାଶ୍ମୀର ସୋପିୟାନ ଜିଲ୍ଲାର ନରବାଣୀ ଅଂଚଳରେ ଶୁକ୍ରବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ ଜାରୀ ରହିଛି । ସୁରକ୍ଷାକର୍ମୀ ଗୁଳିରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆତଙ୍କବାଦୀ ଓ ଲୁଚି ରହିଥିବା ସୂଚନା ପାଇ ୪୪ ଆର ଓ ଏସଓଜି ଯବାନ ମିଳିତ ଭାବରେ ସର୍ଚ୍ଚ ଅପରେସନ ଜାରୀ କରିଥିଲେ । ସର୍ଚ୍ଚ ଅପରେସନ କରୁଥିବା ସମୟରେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀ ଉପରକୁ ଗୁଳିମାଡ କରିଥିଲେ । ସୁରକ୍ଷାକର୍ମୀଙ୍କ ପାଲଟା ଯବାବରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡିଛି । ସୁରକ୍ଷା ବାହିନୀ ତରଫରୁ ଆତଙ୍କବାଦୀ ଲୁଚି ରହିଥିବା ସଂନ୍ଦେହ କରି ସର୍ଚ୍ଚ ଅପରେସନ ଜୋରଦାର କରିଛନ୍ତି । ଏହା ସହ ଇଣ୍ଟରନେଟ ସେବାକୁ ବ୍ୟାଘାତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ