ସୁରକ୍ଷା ନିମନ୍ତେ ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହେଲେ ପୋଟଲାମପୁର ଗ୍ରାମବାସୀ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ପୋଟଲାମପୁର ଗ୍ରାମ ର ଜେଲରୁ ଜାମିନ ରେ ଆସିଥିବା ଦୁଇ ଭାଇ ସେହି ଗ୍ରାମର ଲୋକମାନଙ୍କୁ ବିଭିନ୍ନ ଧମକ ଦେଉଥିବା ଅଭିଯୋଗ ନେଇ ସୁରକ୍ଷା ନିମନ୍ତେ ଶୁକ୍ରବାର ଥାନା ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ବହୁ ଗ୍ରାମବାସୀ, ସୂଚନାଯୋଗ୍ୟ ଯେ ଗତ ମଇ ୨୫ ରେ ପୋଟଲାମପୁର ଗ୍ରାମରେ ସଞ୍ଜୀବ ନାହାକ (କେଶବ) ନାମକ ଜଣେ ଯୁବକ ଙ୍କୁ ଜାମିନ ଆସିଥିବା ଦୁଇ ଭାଇ ଆକ୍ରମଣ କରି ଲହୁଲୁହାଣ କରି ଥାନରେ ଆତ୍ମସମର୍ପଣ କରିଥିଲେ l କେଶବଙ୍କ ପରିବାର ବର୍ଗଙ୍କ ଏତଲା କ୍ରମେ ଅଭିଯୁକ୍ତ ଦ୍ବୟଙ୍କୁ ଜେଲ ପଠାଇଥିଲା ପୋଲିସ l ଏବେ ସେମାନେ ଜାମିନ୍ ଆସି ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ବିଭିନ୍ନ ଧମକ ଦେଉଥିବା ନେଇ ପୋଟଲାମପୁର ଗ୍ରାମର ବହୁ ମହିଳା ଓ ପୂରୁଷ ମାନେ ଛତ୍ରପୁର ଆସି ଆଇଆଇସି ଙ୍କୁ ଭେଟି କହିଥିଲେ, ଏହା ସହିତ ଜାମିନ ରୁ ଆସିଥିବା ଦୁଇ ଭାଇଙ୍କ ନାମ ରେ ଏତଲା ଦେଇ ଗ୍ରାମବାସୀଙ୍କୁ ସୁରକ୍ଷା ଦେବା ପାଇଁ ନିବେଦନ କରିଛନ୍ତି l ପୋଲିସ ଏତଲା କୁ ଗ୍ରହଣ କରିଛନ୍ତି l