ସୁରକ୍ଷା ପରିଷଦ ବୈଠକରେ ପୁଣି ଉଠିଲା କାଶ୍ମୀର ପ୍ରସଙ୍ଗ
ନ୍ୟୁୟର୍କ : ଜାତିସଙ୍ଘ ସୁରକ୍ଷା ପରିଷଦ ବୈଠକରେ ପୁନର୍ବାର ଏହି ପ୍ରସଙ୍ଗ ଉଠାଇବାକୁ ଚୀନ୍ ଉଦ୍ୟମ କଲାବେଳେ ଫ୍ରାନ୍ସର ବିରୋଧ ଯୋଗୁଁ ବିଫଳ ହୋଇଛି। କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ଦ୍ବିପାକ୍ଷିକ ଏବଂ ଏହା ସେହି ଦୁଇ ଦେଶ ମଧ୍ୟରେ ଆଲୋଚନା ଦ୍ବାରା ସମାଧାନ ହେଉ ବୋଲି ଫ୍ରାନ୍ସ ସ୍ପଷ୍ଟ କରିବା ସହ ଏ ବିଷୟରେ ସୁରକ୍ଷା ପରିଷଦରେ ଆଲୋଚନା ନ କରିବାକୁ ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କୁ କହିଥିବା ସୂଚନା ମିଳିଛି । ତାସହିତ ଫ୍ରାନ୍ସର କହିବା ଅନୁସାରେ ଏହି ପ୍ରସଙ୍ଗ ଦ୍ୱିପାକ୍ଷୀକ ସ୍ତରରେ ସମାଧାନ ହେବା ଦରକାର । ଭାରତ ଏହି ପ୍ରସଙ୍ଗକୁ ନେଇ ଦୃଷ୍ଟିକୁ ଆସିଛି ବୋଲି ଫ୍ରାନ୍ସ କହିଛି । ଚୀନର ଉଦ୍ୟମ ବିଫଳହେବାର ଆଶଙ୍କା ରହିଛି । କାରଣ ୟୁଏନଏସସିର ଅନେକ ସଦସ୍ୟ ଏହି ପ୍ରସ୍ତାବକୁ ବିରୋଧ କରୁଛନ୍ତି । ଆଫ୍ରିକୀୟ ଦେଶଗୁଡ଼ିକୁ ଏପ୍ରସଙ୍ଗରେ ଆଲୋଚନା କରିବାକୁ ବନ୍ଦ ପ୍ରକୋଷ୍ଠରେ କଥାବାର୍ତ୍ତା କରିବା ପାଇଁ ଡକାଯାଇଛି । ପୂର୍ବରୁ ବାରମ୍ବାର ଏହି ମାମଲାରେ ଭାରତକୁ ସମର୍ଥନ କରିଆସିଥିବା ଫ୍ରାନ୍ସର ପ୍ରତିନିଧି ତୁରନ୍ତ ଏହାର ପ୍ରତିବାଦ କରିଥିଲେ ଫଳରେ କାଶ୍ମୀର ପ୍ରସଙ୍ଗ ବୈଠକର କାର୍ୟ୍ୟସୂଚୀରେ ସ୍ଥାନ ପାଇପାରି ନ ଥିଲା। ଫ୍ରାନ୍ସ କୂଟନୈତିକ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ତାଙ୍କ ଦେଶ କାଶ୍ମୀର ପ୍ରସଙ୍ଗରେ ଗ୍ରହଣ କରିଥିବା ନୀତିରେ କୌଣସି ପରିବର୍ତ୍ତନ କରି ନାହିଁ। ପୂର୍ବରୁ ବିଭିନ୍ନ ମଞ୍ଚରେ ଫ୍ରାନ୍ସ ଏହା ସ୍ପଷ୍ଟ କରିଛି ଯେ ଭାରତ-ପାକିସ୍ତାନ ଆଲୋଚନା ମାଧ୍ୟମରେ କାଶ୍ମୀର ସମସ୍ୟାର ସମାଧାନ କରନ୍ତୁ। ଭବିଷ୍ୟତରେ ମଧ୍ୟ ଫ୍ରାନ୍ସର ଏହି ନୀତି ଅପରିବର୍ତ୍ତିତ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ଏହାରି ମଧ୍ୟରେ ଚୀନ ଅନୁରୋଧ କରିଛି ଯେ, କଶ୍ମୀର ପ୍ରସଙ୍ଗରେ ଆଲୋଚନା କରାଯାଉ । ସୂଚନାଥାଉକି ଡିସେମ୍ବର ମାସରେ ଅନୁଷ୍ଠିତ ସୁରକ୍ଷା ପରିଷଦ ବୈଠକରେ ଚୀନ୍ର ଏଭଳି ଉଦ୍ୟମକୁ ଫ୍ରାନ୍ସ ସମେତ ଆମେରିକା, ରୁଷିଆ ଓ ବ୍ରିଟେନ୍ ବିରୋଧ କରିଥିଲେ। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ କହିଥିଲେ ଯେ କାଶ୍ମୀର ପ୍ରସଙ୍ଗରେ ତାଙ୍କ ଦେଶ ବନ୍ଧୁ ପାକିସ୍ତାନକୁ ସମର୍ଥନ କରିବ ।