ସୁରକ୍ଷା ବାହିନୀର ଗୁଳିମାଡରେ ଟଳିପଡିଲେ ୨ ଆତଙ୍କବାଦୀ

ନୂଆଦିଲ୍ଲୀ: ରବିବାର ଜମ୍ମୁ ଓ କଶ୍ମୀରର ପୁଲ୍ଓ୍ଵାମା ଜିଲ୍ଲାର ତ୍ରାଲ୍ ଅଞ୍ଚଳରେ ସୁରକ୍ଷା ବିହନୀର ଗୁଳିମାଳରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ମିଳିଥିବା ସୂଚନାଅନୁସାରେ ଗୋଟିଏ ଘରେ କିଛି ଆତଙ୍କବାଦୀ ଲୁଚି ରହିଥିଲେ । ନିରାପତ୍ତା ବଳଙ୍କୁ ଗୁଇନ୍ଦା ସୂଚନା ମିଳିବା ପରେ ଆଜି ସକାଳେ ଜମ୍ମୁ ଓ କଶ୍ମୀରର ପୁଲ୍ଓ୍ଵାମା ଜିଲ୍ଲାରେ ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଦକ୍ଷିଣ କଶ୍ମୀର ଜିଲ୍ଲା ଅନ୍ତର୍ଗତ ତ୍ରାଲ୍ ଅଞ୍ଚଳର ଗୁଲଶନ୍ପୋରା ଠାରେ ନିରାପତ୍ତା ବଳ ‘କର୍ଡନ୍ ଓ ସର୍ଚ  ଅଭିଯାନ ଆରମ୍ଭ କରିବା ସମୟରେ ଗୁଳିବିନିମୟର ସୂତ୍ରପାତ ହୋଇଥିଲା । ନିରାପତ୍ତା ବଳ ତଲାସ ଅଭିଯାନ ଚଳାଇବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ କରିଥିଲା ସୁରକ୍ଷା ବଳ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ