ସୁରକ୍ଷା, ସମ୍ନାନ ଏବଂ ଅଧିକାରପାଇଁ କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ସାମ୍ବାଦିକ ସମିଳନୀ

କୋଣାର୍କ (ଗଣେଶ ବେହେରା): ଆଜି କୋଣାର୍କ ମଙ୍ଗଳା ମଣ୍ଡପ ପରିସରରେ କୋଣାର୍କ କିନ୍ନର ସଂଘ ପକ୍ଷରୁ କିନ୍ନର ମାନଙ୍କ ବହୁବିଧ ସମସ୍ୟା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କୋଣାର୍କ କିନ୍ନର ସଂଘ ର ସଭାୟତ୍ରୀ ଦିପା କିନ୍ନରଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀରେ ସସ୍ମିତା ଦାସ,ପାୟଲ, ମୁନି ପ୍ରମୁଖ କିନ୍ନର ଯୋଗଦେଇଥିଲେ । ଉକ୍ତ ସମିଳନୀରେ କିନ୍ନର ମାନଙ୍କ ସୁରକ୍ଷା, ସମ୍ମାନ ଏବଂ ଅଧିକାର ନେଇ ରାଜ୍ୟ ସରକାରଙ୍କୁ ଦାବି ଉପସ୍ଥାପନ କରାଯାଇଛି । ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଥିଲା ଯେ କିନ୍ନର ମାନଙ୍କୁ ତୁରନ୍ତ ମାନବୀୟ ବ୍ୟବହାର ସହିତ ସାଧାରଣ ନାଗରିକ ମାନଙ୍କ ଭଳି ସମସ୍ତ ମୌଳିକ ଅଧିକାର ରାଜ୍ୟ ଏବଂ କେନ୍ଦ୍ର ସରକାର ସୁନିଶ୍ଚିତ କରନ୍ତୁ । ଦୁଃଖ ର ବିଷୟ ଆଜି ପର୍ଯ୍ୟନ୍ତ ଉଭୟ ସରକାର ସେଭଳି କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ନେଇନାହାଁନ୍ତି । ରାଜ୍ୟ ସରକାର ୨୯/୦୯/୨୦୧୫ ମସିହାରେ ଅନ୍ତୋଦୟ ଅନ୍ନ ଯୋଜନାରେ ୧୪ ହଜାର କିନ୍ନର ମାନଙ୍କୁ ଅନ୍ତଭୂକ୍ତ କରିବା ପାଇଁ ଘୋଷଣା କରିଥିଲେ ମଧ୍ୟ ଆଜକୁ ୬ବର୍ଷ ହେଲା ଏହି ଯୋଜନାରେ ସାମିଲ କରିପାରିଲେ ନାହିଁ । ସରକାର ତୁରନ୍ତ ସମସ୍ତ କିନ୍ନରଙ୍କୁ ଜାଗା ମିଶନ ଜରିଆରେ ଜମି ପଟ୍ଟା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ,ପେନସନ,ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଏସଆରଏସ ସର୍ଜରୀ ବ୍ୟବସ୍ଥା ସହିତ କିନ୍ନର କଲ୍ୟାଣ ବୋର୍ଡ ଗଠନ ଓ ଶିକ୍ଷା ଚାକିରୀ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି । ଏହି ସମ୍ମିଳନୀରେ କୋଣାର୍କ କିନ୍ନର ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ