ସୁରକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ନିରାପତ୍ତା କର୍ମଶାଳା

ବୁଗୁଡା, (ଅନିଲ କୁମାର ମହାରଣା):ଡିସେମ୍ବର ୧୦ ତାରିଖ ଦିନ ସୁରାଟ ସହରର ଏସଭିଏନଆଇଟି ରେ ଓଡିଆ ଶିଳ୍ପପତି ତଥା ପିଏସଇପିଏଲ ର ପରିଚାଳନା ନିର୍ଦ୍ଦେଶକ ଇଂ ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ଦ୍ଵାରା ଆୟୋଜିତ ଶିଳ୍ପାୟନରେ ସୁରକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ନିରାପତ୍ତା ଉପରେ ଏକ ଦିବସିୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ସୁରାଟ କଲେକ୍ଟର ଓ ଜିଲ୍ଲା ମାଜିଷ୍ଟ୍ରେଟ ଆୟୁଷ ଓକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କର୍ମଶାଳାକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ପୂର୍ବତନ ବୀମା କମିଶନର ଓ ଇଣ୍ଡୋ-ଜର୍ମାନ ଫୋକାଲ ପଏଣ୍ଟର ନିର୍ଦ୍ଦେଶକ ବି.କେ.ସାହୁ, ଗାନ୍ଧିନଗର ର ବରିଷ୍ଠ ଅସ୍ତିଶଲ୍ୟ ବିଶେଷଜ୍ଞ ଡାକ୍ତର ଶ୍ୟାମ ପିଙ୍ଗଲେ,ଓ ସୁରାଟ ଇସଆଇସି ଉପନିର୍ଦ୍ଦେଶକ ମନୀଷ କୁମାର କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ। ଓଡିଶା ସରକାରଙ୍କ ଓଏସଡିଏମ ଜେନେରାଲ ମ୍ୟାନେଜର ଡ଼ଃ ମଳୟ କୁମାର ପ୍ରଧାନ, ପଶ୍ଚିମବଙ୍ଗ କଲ୍ୟାଣ ବିଶ୍ୱବିଦ୍ୟାଳୟର ଆସୋସିଟ ପ୍ରଫେସର ସୁଭାଷୀଶ ସାହୁ, ଓ ପୂର୍ବତନ ଅତିରିକ୍ତ ସିପିଏଫସି ଡ଼ଃ ମହେନ୍ଦ୍ର ରାଜୁ ଭିଡିଓ କନଫରେନ୍ସ ମାଧ୍ୟମରେ ଅଂଶ ଗ୍ରହଣ କରି ବକ୍ତବ୍ୟ ରଖିଥିଲେ। ପରିଚାଳନା ନିର୍ଦ୍ଦେଶକ ଇଂ ଲକ୍ଷ୍ମୀ ପ୍ରସାଦ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ପିଏସଇପିଏଲ ର ସଭାପତି ବି.ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ କର୍ପୋରେଟ ଓ ଉତ୍ପାଦନ କ୍ଷେତ୍ର, ଟ୍ରେଡ ୟୁନିଅନର ନେତା, ଶିଳ୍ପ କର୍ମୀ, ଏମଏସଏମଇ ସେକ୍ଟର, ଟେକ୍ସଟାଇଲ, ହୀରା ଶିଳ୍ପର ସରକାରୀ ଅଧିକାରୀ,କଲ୍ୟାଣ ଓ ସୁରକ୍ଷା ଅଧିକାରୀ ବୃନ୍ଦ କର୍ମଶାଳାରେ ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଓ ବୃଦ୍ଧି କରିବା ସହ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଉନ୍ନତ ସାମାଜିକ ନିରାପତ୍ତା ସହିତ ଏକ ନିରାପଦ ଏବଂ ସୁସ୍ଥ କର୍ମକ୍ଷେତ୍ର ଯୋଗାଇବା ଉପରେ ଏହି କର୍ମଶାଳା ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ