ସୁରଜ କ୍ଲବ ୩-୧ରେ ବିଜୟୀ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟର ରବିବାର ତୃତୀୟ ଦିବସ ଖେଳରେ କେନ୍ଦ୍ରାପଡାର ସୁରଜ କ୍ଲବ କଟକର ଭୂଆସୁଣି କ୍ଲବକୁ ୩-୧ ଗୋଲରେ ହରାଇ ବିଜୟୀ ହୋଇଛି । ଏହି ଉପଲକ୍ଷେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ଟାଉନ ଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ଦଳର କ୍ରୀଡାବୀତମାନଙ୍କୁ ଶୁଭେଛା ଜଣାଇବା ସହିତ କରମର୍ଦ୍ଦନକରି ସେମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଂଟକୁ ପ୍ରଦୀପ୍ତ ମହାନ୍ତି, ରିୟାଜ ଖାନ, ମହମ୍ମଦ ଜୋହା, କିର୍ତ୍ତି ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିବା ବେଳେ ଫୁଟବଲ ସଙ୍ଘ ସଭାପତି ମହମ୍ମଦ ଅମୀର, ସମ୍ପାଦକ ସେକ ସଲ୍ଲାଉଦ୍ଦିନ, ସହସମ୍ପାଦକ ସେକ ନସିମୁଦ୍ଦିନ, ସେକ ଅସଲାମ, କଲିମ ଖାନ, ଗୁଡନ ଖାନ, ଆକ୍ରମ ଖାନ, ସାରୁକ ଖାନ, କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ