ସୁରଟରୁ ବ୍ରହ୍ମପୁର ବାହାରିଲା ଟ୍ରେନ

ଭୁବନେଶ୍ୱର: କରୋନା ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି । ଗତକାଲି ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ପର୍ଯ୍ୟାୟ କମେ ପ୍ରବାସୀ ଶ୍ରମିକମାନେ ଟ୍ରେନ ଯୋଗେ ଓଡ଼ିଶା ଆସିବେ । ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ଓ ଗୁଜୁରାଟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଟ୍ରେନ ଯୋଗେ ଓଡ଼ିଶା ଆସିବେ ବୋଲି ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିବାର କିଛି ଘଣ୍ଟାପରେ ସୁରଟରୁ ଟ୍ରେନ ବାହାରିଛି । ସୁରଟରୁ ଓଡ଼ିଆ ଶ୍ରମିକଙ୍କୁ ଧରି ବ୍ରହ୍ମପୁର ଅଭିମୁଖେ ଟ୍ରେନ ବାହାରିଛି । ଏହି ସମୟରେ ସମ୍ପୃକ୍ତ ପ୍ରବାସୀ ଶ୍ରମିକମାନେ ସୁରଟ ଜିଲ୍ଲାପାଳଙ୍କ ଉପରକୁ ପୁଷ୍ପବୃଷ୍ଟି କରି ଟ୍ରେନ ଚଢିଥିଲେ । ପୁଷ୍ପ ବୃଷ୍ଟି ସହ ଜୟ ଜଗନ୍ନାଥ ଧ୍ୱନୀ ଦେଇ ଟ୍ରେନରେ ବସିଥିଲେ । ଏହି ଟ୍ରେନରେ ୧୨୦୦ ଲୋକ ଆସୁଥିବା ଜଣାଯାଇଛି ।
ପ୍ରକାଶ ଯେ, ରାଜ୍ୟ ବାହାରେ ଅଟକି ଥିବା ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ଉଦ୍ୟମକୁ ଗତ ଗୁରୁବାର ଓଡ଼ିଶା ହାଇକୋର୍ଟଙ୍କ ଶକ୍ତ ଧକ୍କା ଲାଗିଥିଲା । ପ୍ରବାସୀଙ୍କୁ ରାଜ୍ୟକୁ ଆଣିବା ପୂର୍ବରୁ ପ୍ରଥମେ ସେମାନେ ଯେଉଁଠି ଅଛନ୍ତି ସେଠାରେ ସେମାନଙ୍କୁ କରୋନା ଭୂତାଣୁ ସଂକ୍ରମଣକୁ ନେଇ ପରୀକ୍ଷା କରିବାକୁ ଗୁରୁବାର ହାଇକୋର୍ଟ କହିଥିଲେ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି କେବଳ କୋଭିଡ -୧୯ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ହିଁ ପ୍ରବାସୀଙ୍କୁ ରାଜ୍ୟ ଭିତରକୁ ପ୍ରବେଶ ଅନୁମତି ମିଳିବ ବୋଲି କୁହାଯାଇଥିଲା । ତେବେ ଏହାର ୨୪ ଘଣ୍ଟା ପୂରିନଥିଲା, ହାଇକୋର୍ଟଙ୍କ ଏହି ରାୟ ଉପରେ ଶୁକ୍ରବାର ସୁପ୍ରମିକୋର୍ଟ ରହିତାଦେଶ ଲଗାଇ ଦେଇଥିଲେ । ଫଳରେ ପ୍ରବାସୀ ଓଡ଼ିଆଙ୍କ ଓଡ଼ିଶା ଫେରିବା ନେଇ ପୁଣି ବାଟ ଫିଟିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ