ସୁରଟ ରେ ପ୍ରବାସୀ ଓଡ଼ିଆ ସଂଘଠନ ପକ୍ଷରୁ ଗରିବ ଅସହାୟ ଲୋକ ଙ୍କୁ ସହାୟତା
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ଭୂତାଣୁ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ସୁଦୂର ସୁରଟ ରେ ମଧ୍ୟ ଅନେକ ଓଡ଼ିଆ ଲୋକ ଲକ୍ ଡାଉନ ପରଠୁ ବିଭିନ୍ନ ପ୍ରକାରର ଅସୁବିଧା ର ସମୁଖୀନ ହୋଉଛନ୍ତି। ଅପରପକ୍ଷରେ ଏଭଳି ସ୍ଥିତିରେ ଘୁମୁସର ଭଞ୍ଜନଗର ଅଂଚଳ ର ପ୍ରଶାନ୍ତ ଆରୁଖ ପ୍ରବାସୀ ଓଡ଼ିଆ ସଙ୍ଗଠନ ସହାୟତା ରେ ସୁରଟ ର GIDC ଅଞ୍ଚଳରେ ଗରିବ ଅସହାୟ ଲୋକ ମାନକୁ ନିୟମିତ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦେଉଛନ୍ତି। ପ୍ରବାସୀ ଓଡ଼ିଆ ସଙ୍ଗଠନ ର ସଭାପତି ଶ୍ରୀ ପ୍ରଦୀପ କୁମାର ସାହୁ, ଶିବରାମ ନାୟକ, ପ୍ରଶାନ୍ତ ଆରୁଖ,ଟୁଲୁ ପାତ୍ର, ଜୟରାମ ଦଳେଇ, ସନ୍ତୋଷ ଦଳ ବେହେରା ଓ ରୁନୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟ କୁ ପରିଚାଳନା କରୁଛନ୍ତି । ସଂଘଠନର ଏଭଳି ମହାନ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି


