ସୁରତରୁ ଫେରିଥିବା ଓଡିଆପ୍ରବାସୀ ସୁରକ୍ଷା ପାଇଁ ଗାଁ ଗାଁ ବୁଲି ବାର୍ତ୍ତା ପ୍ରଚାର କରୁଛନ୍ତି ଓଡିଆସମାଜ ସଭାପତି

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): କରୋନା ଭୁତାଣୁ ଆସିବା ପ୍ରଭାବରେ ସାରା ବିଶ୍ୱପ୍ରଭାବିତ ହୋଇଅଛି। ଗୁଜୁରାଟ ର ସୁରତ ସହରରେ ୭ଲକ୍ଷ ଓଡିଆ ପ୍ରବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।ଦିର୍ଘ ୩ମାସ ଧରି ଲକ୍ ଡାଉନ୍ ଓ ସଟଡାଉନ୍ ସମୟରେ ସମସ୍ତ କମ୍ପାନି ବନ୍ଦହୋଇଗଲା।ସେଠାକାର ସୁତାକଳ ମାଲିକ କଥା କୁହନ୍ତୁ ବା ହିରାକମ୍ପାନୀ ମାଲିକ କେହିମଧ୍ୟ ଓଡିଆ ଶ୍ରମିକମାନଙ୍କର ଦାୟୀତ୍ବ ନେଲେନାହିଁ । ପ୍ରବାସୀ ଓଡିଆ ମାନଙ୍କୁ ଖାଇବାକୁ ମିଳିଲାନାହିଁ ,ଘରଭଡା ଦେବାପାଈଁ କାହାପାଖରେ ଫୁଟି କଉଡିଟିଏ ମଧ୍ୟ ନଥିଲା।ଲୋକେ ନିଜପରିବାର ସହିତ ନିଜ ଭିଟାମାଟିକୁ ଆସିବାକୁ ବାଧ୍ୟ ହୋଇଥିଲେ। କିଛିଲୋକ ବସ୍‌ ରେ ଆସିଛନ୍ତି ତ ଆଉ କେତେଲୋକ ଚାଲି ଚାଲି ଓ ସାଇକଲ୍ ଦ୍ୱାରା ଆସି ନିଜଗାଁ ର ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚିଛନ୍ତି। ସୁରତରେ ଓଡିଆ ପ୍ରବାସୀଙ୍କୁ କୌଣସି ଅତ୍ୟାଚାର ହେଲେ ମଧ୍ୟ କୌଣସି ପ୍ରଶାସନ ସେମାନଙ୍କୁ ନ୍ୟାୟ ପ୍ରଦାନ କରୁନାହାନ୍ତି। ଏହାକୁ ନେଇ ବର୍ତ୍ତମାନ ଓଡିଆ ପ୍ରବାସୀ ସଭାପତି ପ୍ରଦୀପ ସାହୁ ନିଜ ର ଗାଡିରେ ଓଡିଶାକୁ ଆସି ଅନେକ ପ୍ରବାସୀ ବହୁଳ ଗାଁ ମାନଙ୍କୁ ଯାଇ ପ୍ରବାସୀ ମାନଙ୍କୁ ସଚେତନ ଏବଂ ଜାଗରଣ ଆଣିବାର ପ୍ରଚେଷ୍ଟା କରୁଛନ୍ତି। ଗଞ୍ଜାମ ଜିଲ୍ଲାର ଅନେକ ଗାଁ ପରିକ୍ରମା କଲା ପରେ ଆଜି ସେ ଭଞ୍ଜନଗର ବ୍ଳକ୍ ର ବାରୁଡା ଗାଁ ରେ ପହଂଚିଥିଲେ ।ସେଠାରେ ଓଡିଆ ପ୍ରବାସୀ ମାନଙ୍କୁ ଭେଟି ସେ ଅନେକ ବିଷୟ ଆଲୋଚନା କରିଛନ୍ତି। ତାପରେ ପୋଲିସ୍ ଦ୍ୱାରା ମାଡଖାଇ ମୃତ୍ୟୁବରଣ କରିଥିବା ସତ୍ୟବାନ ଙ୍କ ପରିବାର କୁ ଯାଇ ସାନ୍ତନା ପ୍ରଦାନ କରିଛନ୍ତି। ଓଡ଼ିଆ ପ୍ରବାସୀ ମାନେ ମଧ୍ୟ ପ୍ରଦୀପ ସାହୁଙ୍କ ବାର୍ତ୍ତାକୁ ଗ୍ରହଣ କରିଛନ୍ତି। ଓଡିଆ ପ୍ରବାସୀମାନଙ୍କ ଦାବି ହେଉଛି ଓଡିଶାରେ ଯଦି ସୁରତ ଭଳି କିଛି କମ୍ପାନି ସୃଷ୍ଟି କରାଯିବ ତେବେ ସୁରତକୁ ଆଉ କେହି ଯିବେନାହିଁ କି ଶ୍ରମିକ ମାନେ ଏହିପରି ବିଭିନ୍ନ ସମସ୍ୟାରେ ପଡିବେନାହିଁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ