ସୁରତରେ ପ୍ରବାସୀ ଓଡ଼ିଆଙ୍କ ଓଡିଶା ମହୋତ୍ସବ

ବୁଗୁଡା, (ଯୁଗାବ୍ଦ ନ୍ୟୁଜ୍‌): ସୁରତରେ ରହୁଥିବା ପ୍ରବାସୀ ଓଡିଆମାନଙ୍କ ଦ୍ୱାରା ଜାନୁଆରୀ ୨୨ ବୁଧବାର ଦିନ ସୁରତର ଆମ୍ରୋଲି ଅଞ୍ଚଳର ରାଜ୍ବଦୀ ପାର୍ଟି ପ୍ଲଟରେ ଓଡ଼ିଶା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଭୁବନେଶ୍ୱର ରୁ ସୁରତକୁ ଯାତ୍ରା କରିଥିବା ପ୍ରଥମ ବିମାନରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପୋଲାଇ, ପୁର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ, ଜିଲ୍ଲା ଯୁବ ବିଜେଡି ଉପସଭାପତି ଏନ ଧନଞ୍ଜୟ ରାଓ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ ପଣ୍ଡା, କେ ଅନୀଲ, ବୁଗୁଡା ନଗର ବିଜେଡି ସଭାପତି ରାଜେନ୍ଦ୍ର କୁମାର ପାଢୀ ପ୍ରମୁଖ ଯାତ୍ରା କରିସାରିଛନ୍ତି। ସେମାନଙ୍କୁ ସୁରତରେ ପ୍ରବାସୀ ଓଡିଆମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତି ପ୍ରକାରେ ଭୁବନେଶ୍ୱର ରୁ ସୁରତକୁ ବିମାନ ସେବା ଆରମ୍ଭ କରିଥିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଓଡ଼ିଶା ମହୋତ୍ସବକୁ ଓଡିଶା ବିଧାନସଭା ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଉଦଘାଟନ କରିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ଅତିଥି ଭାବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଓ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ – ସାଂସଦ ପ୍ରମିଳା ବିଷୋୟୀ, ଚନ୍ଦ୍ର ଶେଖର ସାହୁ ଓ ଅନୁଭବ ମହାନ୍ତି , ବିଧାୟକ ଶ୍ରୀକାନ୍ତ ସାହୁ, ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ପୂର୍ଣ ଚନ୍ଦ୍ର ସ୍ଵାଇଁ, ସୁବାସ ଚନ୍ଦ୍ର ବେହେରା, ବିକ୍ରମି ପଣ୍ଡା ଓ ପ୍ରବଣ ପ୍ରକାଶ ଦାସ ଏବଂ ବିଧାୟିକା ଉଷା ଦେବୀ,ମଞ୍ଜୁଳା ସ୍ଵାଇଁ, ଲତିକା ପ୍ରଧାନ ଓ ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ