ସୁରଥରୁ ୪ ବସ୍ ରେ ୨୫୮,ଟ୍ରେନ ରେ ୧୪୬ ଶ୍ରମିକ ବେଲଗୁଣ୍ଠା ବ୍ଲକ ରେ ପହଞ୍ଚିଲେ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ସୁରତ ସହରରୁ ଗଞ୍ଜାମ ଜିଲ୍ଲାକୁ ଓଡ଼ିଆ ଶ୍ରମିକଙ୍କ ସୁଅ ଛୁଟିବାରେ ଲାଗିଛି ।ଆଜି ସୋମବାର ସଂଧ୍ୟା ସୁଦ୍ଧା ୪ ଟି ବସ୍ ଯୋଗେ ୨୫୮ ଜଣ ଶ୍ରମିକ ଆସିଥିବା ବେଳେ ସୁରତରୁ ଟ୍ରେନ ରେ ବ୍ରହ୍ମପୁର ଆସି ପାଞ୍ଚଟି ବସ୍ ରେ ୧୪୬ ଜଣ ଆସି ବ୍ଳକ୍ ର ବିଭିନ୍ନ ସ୍କୁଲରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିବା ଜଣାପଡିଛି ।ହସ୍ତଗତ ହୋଇଥିବା ସୂଚନା ପ୍ରକାରେ, ବେଲଗୁଣ୍ଠା ବ୍ଳକ୍ ବଡବୋରସିଂ ପଞ୍ଚାୟତରେ ଗୋଟିଏ ବସ୍ ରେ ୫୭ ଜଣ ଆସିଥିବା ବେଳେ ସେମାନଙ୍କୁ ହାଇସ୍କୁଲ ସଙ୍ଗରୋଧ ଗୃହରେ ରଖାଯାଇଛି ।ସେହିପରି ଆଉ ଗୋଟିଏ ବସ୍ ଖଇରପୁଟି ପଞ୍ଚାୟତକୁ ଆସିଥିବା ବେଳେ ସେଥିରେ ଆସିଥିବା ୭୨ ଜଣ ସୁରତ ଫେରନ୍ତା ଙ୍କୁ ବଡସାଦେରା ଏମ୍.ଇ ସ୍କୁଲ ସଙ୍ଗରୋଧ ଗୃହରେ ରଖାଯାଇଛି ।ବଡପଡା ପଞ୍ଚାୟତକୁ ଆସିଥିବା ଅନ୍ୟ ବସ୍ ରେ ଆସିଥିବା ୭୫ ଜଣ ଶ୍ରମିକଙ୍କୁ ବଡପଡା ହାଇସ୍କୁଲରେ ରଖାଯାଇଛି ।ଗାଙ୍ଗପୁର ଆସିଥିବା ଏକ ବସ୍ ରେ ୭୪ ଜଣଙ୍କୁ ଗାଙ୍ଗପୁର ଏମ୍.ଇ ସ୍କୁଲରେ ରଖାଯାଇଛି ।ଗାଙ୍ଗପୁର ଆସିଥିବା ବସ୍ ରେ ମହିଳାଙ୍କ ସମେତ ଛୋଟ ଛୁଆ ମଧ୍ୟ ଥିବା ଜଣାପଡିଛି ।ସେହିପରି ଟ୍ରେନ୍ ରେ ଆସି ବ୍ରହ୍ମପୁର ଠାରୁ ଆସିଥିବା ୫ ଟି ବସ୍ ମଧ୍ୟରୁ ଗୋଟିଏ ବସ୍ ଶାସନ ପଞ୍ଚାୟତକୁ ଆସିଥିବା ବେଳେ ସେଥିରେ ଥିବା ୨୫ ଜଣ ଶ୍ରମିକଙ୍କୁ ସନ୍ଧାନ ପବ୍ଲିକ ସ୍କୁଲରେ ରଖାଯାଇଛି ।ସେହିପରି ମଙ୍ଗଳପୁର ପଞ୍ଚାୟତ ର ଜିଲିବା ଆସିଥିବା ବସ୍ ରେ ୩୫ ଜଣଙ୍କୁ ଜିଲିବା ୟୁ.ପି ସ୍କୁଲରେ ରଖାଯାଇଛି ।ଆମ୍ବପୁଆ ପଞ୍ଚାୟତର ଚଢିଆପଲ୍ଲି ୟୁ.ପି ସ୍କୁଲରେ ୩୪ ଜଣଙ୍କୁ ରଖାଯାଇଛି ।ଆମ୍ବପୁଆ ପଞ୍ଚାୟତର ପଥରାପଲୀ ୟୁ.ପି ସ୍କୁଲରେ ୩୨ ଜଣଙ୍କୁ ରଖାଯାଇଛି ।୬ ଟି ମୋଟରସାଇକଲ୍ ରେ ସୁରତରୁ ୬ ଜଣ ଆସିଥିବା ବେଳେ ସେମାନଙ୍କୁ ଖଇରପୁଟି ହାଇସ୍କୁଲରେ ରଖାଯାଇଛି ।ସେମାନେ ସୁରତରୁ ମୋଟର ସାଇକେଲରେ ଆସି ୫ଦିନରେ ଗଞ୍ଜାମରେ ପହଞ୍ଚିଛନ୍ତି ।ସେମାନଙ୍କ ମଧ୍ୟରେ ଖଇରପୁଟିର ୨ଜଣ, ଇନ୍ଧନପୁରର ୨ ଜଣ, ଓ ବଡ ସାଦେରା ର ୨ ଜଣ ଅଛନ୍ତି ।ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସଙ୍ଗରୋଧ କେନ୍ଦ୍ର ରେ ରଖାଯାଇଥିବା ମେଡିକାଲ ଅଫିସର ଡାଃ ବାଲୁଙ୍କେଶ୍ୱର ଷଢ଼ଙ୍ଗୀ ପ୍ରକାଶ କରିଛନ୍ତି ।ରାତି ସୁଦ୍ଧା ଆହୁରି ଦୁଇଟି ବସ୍ ଆସିବାର ସମ୍ଭାବନା ଥିବା ପ୍ରଶାସନ ତରଫରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ