“ସୁରଭି” କାର୍ଯ୍ୟକ୍ରମ କୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ

କୋଦଳା :- (ଯୁଗାବ୍ଦ ନ୍ୟୁଜ )ଗଞ୍ଜାମ ଜିଲ୍ଲା କୋଦଳା ସ୍ଵର୍ଣ୍ଣମୟୀ ହାଇସ୍କୁଲ ଠାରେ ସିଆରସିସି ଅଶ୍ୱିନୀ କୁମାର ପ୍ରହରାଜଙ୍କ ନେତୃତ୍ୱରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ତହସିଲଦାର ଶ୍ରୀ ପ୍ରଭାତ କୁମାର ପରିଡା, ସମ୍ନାନିତ ଅତିଥି ଭାବେ ବେଗୁନିଆପଡା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ କମଳକାନ୍ତ ସାହୁ, ଏବିଓ ରବିନାରାୟଣ ମିଶ୍ର ଓ ମୁଖ୍ୟବକ୍ତା ଭାବେ କୋଦଳା ଲକ୍ଷ୍ମୀ ନାରାୟଣ ସ୍ଵାତକ ମହାବିଦ୍ୟାଳୟର ଅଧକ୍ଷ ଡ଼ା. ପଦ୍ମ ଚରଣ ପାଢ଼ୀ ଯୋଗ ଦେଇଥିଲେ  । ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଭିତରେ ଅନ୍ତନୀହିଁତ ପ୍ରତିଭାକୁ ପରିସ୍ପଟନ କରି ହେବ ବୋଲି ମଞ୍ଚାସିନ ଅତିଥିମାନେ ମତ ପ୍ରକାଶ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ବକୃତା, ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା ହୋଇଥିଲା । ପରିବେଶ ସୁରକ୍ଷା, ଦଣ୍ଡ ମୁକ୍ତ ବିଦ୍ୟାଳୟ, ପ୍ଲାଷ୍ଟିକ ମୁକ୍ତ ବିଦ୍ୟାଳୟ, ପରିବେଶ ଏବଂ ସାଂପ୍ରତିକ ଘଟଣାବଳି, ମୋ ସ୍କୁଲ, ନିରାପଦ ବିଦ୍ୟାଳୟ ଇତ୍ୟାଦି ବିଷୟକୁ ନେଇ ବିତର୍କ କରିଥିଲେ ଛାତ୍ରଛାତ୍ରୀ । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଵର୍ଣ୍ଣମୟୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଉମାକାନ୍ତ ବେହେରାଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପୂର୍ଣ୍ଣ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ