ସୁରାଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସୁବିଧା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ସୁରାଟ ର ଓଡ଼ିଆଙ୍କ ଡାକ୍ତରଖାନା କେ.ଡି.ନୁପୂର ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସୁବିଧା ମିଳିପାରିବ ବୋଲି ସୁରାଟ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁ ପ୍ରକାଶ କରିଛନ୍ତି । ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ଯେ ପୂର୍ବରୁ କେତୋଟି ହସପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସୁବିଧା ନେବାପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସେହି ହସପିଟାଲର ଅସହଯୋଗ ଯୋଗୁଁ ପ୍ରବାସୀ ଓଡ଼ିଆମାନେ କୌଣସି ପ୍ରକାର ଉପକୃତ ହୋଇ ପାରୁନଥିଲେ। ସୁରାଟରେ ଏକମାତ୍ର ଓଡ଼ିଆ ହସପିଟାଲ କେ.ଡି. ନୁପୂର ଜେନେରାଲ ହସପିଟାଲ ପ୍ରତିଷ୍ଠା ହେବାପରେ ପ୍ରବାସୀ ଓଡ଼ିଆମାନେ କମ ଖର୍ଚ୍ଚରେ ସମସ୍ତ ରୋଗର ଚିକିତ୍ସା , ଅସ୍ତ୍ରୋପଚାର ଓ ପ୍ରସୂତୀ ସୁବିଧା ପାଇପାରୁଛନ୍ତି । ଓଡିଶା ସରକାର ସୁରାଟର କେ.ଡି.ନୁପୂର ଜେନେରାଲ ହସପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ର ସୁବିଧା ଯୋଗାଇ ଦେଇଥିବା ବେଳେ ସମସ୍ତ ପ୍ରବାସୀ ଓଡ଼ିଆ ନିଜର ଓଡ଼ିଶାର ପରିଚୟ ପତ୍ର ମାଧ୍ୟମରେ ସମସ୍ତ ପ୍ରକାର ଚିକିତ୍ସା ମାଗଣାରେ କରି ପାରିବେ । ଏହାର ସୁଯୋଗ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀ ବୃନ୍ଦ ନେବାକୁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି । ସୁରାଟ ସହରର ଏକମାତ୍ର ଓଡ଼ିଆ ଡାକ୍ତରଖାନା କେ.ଡି.ନୁପୂର ଜେନେରାଲ ହସପିଟାଲରେ ବିଏସକେୱାଇ କାର୍ଯ୍ୟକାରୀ କରିଥିବା ଯୋଗୁଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କୁ ସୁରାଟ ପ୍ରବାସୀ ଓଡ଼ିଆ ସମାଜ ଟ୍ରଷ୍ଟ ସଭାପତି ପ୍ରଦୀପ କୁମାର ସାହୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ