ସୁରେନ୍ଦ୍ର ନାଥ ବିଶ୍ୱାଳ ମେମୋରିଅଲ୍ କ୍ରିକେଟ ଟୁର୍ନାମେଣ୍ଟ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଧୀନସ୍ଥ ସୁ୍ନ୍ଦରପୁର ପଞ୍ଚାୟତର କୁଳେଇପଦା ଖେଳ ପଡିଆରେ କେ.କେ.ସ୍ପୋର୍ଟିଂ କ୍ଲବ ଆନୁକୂଲ୍ଯରେ ସୁରେନ୍ଦ୍ର ନାଥ ବିଶ୍ବାଳ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଉଦଯାପନୀ ମ୍ୟାଚ ଶନିବାର ଅପରାହ୍ନ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଦୀପ୍ତି ରଞ୍ଜନ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କ୍ରୀଡା ସଭାରେ ବାବାମଣି ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ନିକୁଞ୍ଜ କିଶୋର ଜେନା ମୁଖ୍ୟ ଅତିଥି, ଧୂଷୁରୀ ପ୍ରେସ ୟୁନିୟନ ସଭାପତି ସନ୍ତୋଷ କୁମାର ଦାସ, କୋଷାଧ୍ଯକ୍ଷ ରତିକାନ୍ତ ନାୟକ, ବରିଷ୍ଠ ଶିକ୍ଷକ ଦୀଲିପ କୁମାର ଦାସ, ସାମାଜିକ କର୍ମୀ ଅଭିମନ୍ୟୁ ବିଶ୍ବାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବନ୍ଧୁତ୍ବ ପୂର୍ଣ୍ଣ ଭାବରେ କ୍ରୀଡା ପ୍ରଦର୍ଶନ କରିବାକୁ ଆହ୍ବାନ ଦେଇଥିଲେ । ଉଦଯାପନୀ ମ୍ୟାଚ ଯାଜପୁର ସୁନ୍ଦରାଇ ମୁହଁ କ୍ରିକେଟ ଟିମ ଓ ଭଦ୍ରକ ରାମରାକୁଳ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରାମରାକୁଳ କ୍ରିକେଟ ଟିମ ୪ ୱିକେଟରେ ବିଜୟ ଲାଭ କରି ଫାଇନାଲ ଟ୍ରଫି ସହ ୨୫ ହଜାର ଟଙ୍କାର ଚେକ ହାସଲ କରିଥିଲେ । ସୁନ୍ଦରାଇମୁହଁ କ୍ରିକେଟ ଟିମ ରନର୍ସଅପ ଟ୍ରଫି ସହ ୧୩ ହଜାର ଟଙ୍କାର ଚେକ ପାଇଥିଲେ । ରନର୍ସଅପ କପ ମୁଖ୍ୟ ଅତିଥି ଶ୍ରୀ ଜେନା ପ୍ରଦାନ କରିଥିଲା ବେଳେ ସୁରେନ୍ଦ୍ରନାଥ ବିଶ୍ବାଳଙ୍କ ଧର୍ମପତ୍ନୀ ରତ୍ନ ମଞ୍ଜରୀ ବିଶ୍ବାଳ ବିଜୟୀ ଟ୍ରଫି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ସାମ୍ବାଦିକ ସନ୍ତୋଷ ଦାସ ମ୍ୟାନ ଅଫ ଦି ସିରିଜ ଟ୍ରଫି ଓ ଶିକ୍ଷକ ଦୀଲିପ ଦାସ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ପ୍ରଦାନ କରିଥିଲେ । ମିଷ୍ଟର ତପୁଆଙ୍କୁ ବେଷ୍ଟ କମେଣ୍ଟେଟର, ସଞ୍ଜୟ ବାରିକଙ୍କୁ ବେଷ୍ଟ ଅମ୍ପ୍ୟାୟାର ସମ୍ମାନରେ ସମ୍ମାନିତ କରା ଯାଇଥିଲା । କେ.କେ. ସ୍ପୋର୍ଟି କ୍ଲବର ସ୍ମୃତି ରଞ୍ଜନ, ସତ୍ୟଜିତ, ଭବାନୀ ଶଙ୍କର, ପ୍ରଭଞ୍ଜନ, ଦୀପକ, ଅନିରୁଦ୍ଧ, କାହ୍ନା,ଶୁଭମ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।