ସୁରେନ୍ଦ୍ର ସେଠୀ ନେବେ ନିର୍ଣ୍ଣାୟକ ଭୂମିକା!

ନିମାପଡା,(ସନ୍ତୋଷ ଦାଶ) ପୁରୀ ଜିଲ୍ଲାର ବହୁ ପ୍ରତୀକ୍ଷିତ କାକଟପୁର ବିଧାନସଭା ଆସନ ପାଇଁ ବିଜେଡି ଦଳ ପକ୍ଷରୁ ୭ମ ପର୍ଯ୍ୟାୟରେ ପ୍ରକାଶିତ ପାର୍ଥି ତାଲିକାରେ ନିର୍ବାଚନ ମଣ୍ଡଳୀ ବିଧାୟକ ତଥା କ୍ରୀଡା ଯୁବବ୍ୟାପାର ଓ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ନାମ ଘୋଷଣା କରାଯାଇଛି l ତୁଷାର ( ଦ୍ଵିତୀୟ )ଥର ପାଇଁ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବାବେଳେ ୨୦୧୯ ନିର୍ବାଚନରେ ବାଦ ପଡି ୨୦୨୪ ନିର୍ବାଚନରେ ଦଳୀୟ ଟିକେଟ ପାଇବାକୁ ଆଶାୟୀ ଥିବା ବିଜେଡି ଦଳର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ଶେଷରେ ନିରାଶ ହେବାକୁ ପଡିଛି । ପୂର୍ବରୁ ଏହି ଆସନ ପାଇଁ ନିମାପଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବାଇଧର ମଲ୍ଲିକଙ୍କୁ ବିଜେପି ଦଳୀୟ ପାର୍ଥି ଭାବେ ଘୋଷଣା କରିସାରିଥିବା ବେଳେ କଂଗ୍ରେସ ଏଯାବତ ପାର୍ଥି ଘୋଷଣା କରିନାହିଁ।ବିଜେଡି ପାର୍ଥି ଘୋଷଣା ହେବା ପରେ କାକଟପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ଆସନ ପାଇଁ ଦଳର ଅନ୍ୟତମ ଆଶାୟୀ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ଶିବିର ରେ ନୈରାଶର ଭାବ ଖେଳିଯାଇଛି। ସୁରେନ୍ଦ୍ର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ସେ ଅନ୍ୟ ଦଳରୁ ହେଉ କିମ୍ବା ସ୍ୱାଧୀନ ଭାବେ ହେଉ କାକଟପୁର ବିଧାନସଭା ଆସନ ପାଇଁ (ପ୍ରତିଦ୍ଵନ୍ଦିତା )କରିବେ । ଯଦି ଏପରି ହୁଏ ତେବେ ସୁରେନ୍ଦ୍ର ବନାମ ତୁଷାରଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଏବେଠୁ ଆରମ୍ଭ ହୋଇଯାଇଛି। ତୁଷାର କାନ୍ତି ବେହେରା ୨୦୧୯ ନିର୍ବାଚନରେ ବିଜେପି ଦଳ ଓ ପ୍ରାର୍ଥୀତ୍ଵ ତ୍ୟାଗ କରି ବିଜେଡି ଦଳରେ ସାମିଲ ହୋଇଥିଲେ । ସେହି ନିର୍ବାଚନରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ତୁଷାର ବିଜୟୀ ହୋଇଥିଲେ ।୨୦୧୪ ନିର୍ବାଚନରେ ବିଜେଡି ଦଳରୁ ଟିକେଟ ପାଇଁ ବିଜୟୀ ହୋଇଥିବା ସୁରେନ୍ଦ୍ର ସେଠୀ ୨୦୧୯ ନିର୍ବାଚନରେ ଦଳୀୟ ଟିକେଟ ପାଇ ତୁଷାର ଙ୍କ ଯୋଗୁଁ ଶେଷ ମୁହୂର୍ତ୍ତ ରେ ବାଦ ପଡ଼ିଥିଲେ। ପୂର୍ବତନ ବିଧାୟକ ସୁରେନ୍ଦ୍ର ଜଣେ ସରଳ, ମେଳାପି ବ୍ୟକ୍ତି ହୋଇଥିବାରୁ ସମଗ୍ର ନିର୍ବାଚନ ମଣ୍ଡଳୀରେ ତାଙ୍କର ଦୃଢ଼ ସଂଗଠନ ରହିଛି । ଯାହାର ଫଳ ସ୍ୱରୂପ ଗତ ପଞ୍ଚାୟତ ନିର୍ବାଚନରେ କାକଟପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କାକଟପୁର , ଅସ୍ତରଙ୍ଗ ୨ ଗୋଟି ବ୍ଳକ ଅଧ୍ୟକ୍ଷ ଆସନ ସହ କୋଣାର୍କ ଏନଏସି ତାଙ୍କ ଦଖଲରେ ଅଛି ବୋଲି ସୁରେନ୍ଦ୍ର ଦାବି କରିଛନ୍ତି । ୨୦୨୪ ନିର୍ବାଚନରେ ଟିକେଟ ପାଇବା ଆଶାରେ ବିଗତ ୫ ବର୍ଷ ଧରି ସୁରେନ୍ଦ୍ର ଦଳୀୟ ସଂଗଠନକୁ ନିର୍ବାଚନମଣ୍ଡଳୀ ରେ ସୁଦୃଢ କରିବା ସହିତ ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଜଣାଇ ଆସୁଥିବା ବେଳେ ଶେଷରେ ସୁରେନ୍ଦ୍ର ଦଳୀୟ ଟିକେଟରୁ ବାଦ ପଡିବା ପରେ ଅନ୍ୟ ଦଳରୁ ଟିକେଟ ନମିଳିଲେ ସ୍ୱାଧୀନ ଭାବେ ନିର୍ବାଚନରେ ଲଢ଼ିବାକୁ ସୁରେନ୍ଦ୍ରଙ୍କ ସମର୍ଥକ ମାନେ ଅଡ଼ି ବସିବା ସହିତ ସୁରେନ୍ଦ୍ରଙ୍କୁ ବିଜୟୀ କରିବାକୁ ତାଙ୍କର ସମର୍ଥକ ମାନେ ବଜ୍ର ଶପଥ ନେଇଛନ୍ତି । ନିର୍ବାଚନ ମଣ୍ଡଳୀରେ ଥିବା ଦୃଢ ସଂଗଠନ ପାଇଁ ସୁରେନ୍ଦ୍ର ଙ୍କୁ ଉଭୟ କଂଗ୍ରେସ ଓ ବିଜେପି ଦଳ ନିଜ ସପକ୍ଷରେ ନେବାକୁ କଳ ବଳ କୌଶଳ ଖଟାଇ ଦେଇଛନ୍ତି।ସୁରେନ୍ଦ୍ର ଏହି ନିର୍ବାଚନ ମଣ୍ଡଳୀ ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରାଜନୈତିକ ସମୀକ୍ଷକ ମାନେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ