ସୁରେଶ ମେମୋରିଆଲ କ୍ରିକେଟ, ଯଶୋବନ୍ତପୁର ଚମ୍ପିୟନ

ହାଟଡିହି, – ତେମଳାଠାରେ ଚାଲିଥିବା ସୁରେଶ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପି ତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଯଶୋବନ୍ତପୁର କ୍ରିକେଟ କ୍ଲବ ଦାନଗଦି କ୍ରିକେଟ କ୍ଲବକୁ ୧୫ରନରେ ପରାସ୍ତ କରି ଚମ୍ପିୟନ ହୋଇଛି । ପ୍ରଥମେ ଦାନଗଦି କ୍ଲବ ଟସ ଜିତି ଫିଲ୍ଡିଙ୍ଗ କରିବାକୁ ନିଷ୍ପତି ନେଇଥିଲା । ଯଶୋବନ୍ତପୁର କ୍ଲବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୧୭୧ରନ ସଂଗ୍ରହ କରିଥିଲା । ୧୭୨ରନର ବିଜୟ ଲକ୍ଷ ନେଇ ଦ୍ୱିତୀୟରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଦାନଗଦି କ୍ରିକେଟ କ୍ଲବ ନିର୍ଦ୍ଧାରିତ ୧୫ଓଭରରେ ୮ଉଇକେଟ ହରାଇ ମାତ୍ର ୧୫୭ରନ ସଂଗ୍ରହ କରିଥିଲା । ଲକ୍ଷ୍ମୀଧର ବେହେରା ଓ ପ୍ରକାଶ ସେଠୀ ଖେଳ ପରିଚାଳନା କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ନିରଞ୍ଜନ ମହାପାତ୍ର, ସ୍ମିତରଞ୍ଜନ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ