ସୁର୍ଯ୍ୟାଲୋକ ସମାଜ ସେବା ସଂଗଠନ ପକ୍ଷରୁ ଅର୍ଣ୍ଣଦାନ

ଯାଜପୁର (ଯୁଗାବ୍ଦ ନ୍ୟୁଜ) ଜିଲ୍ଲାରେ ଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୁର‌୍ୟ୍ୟାଲୋକ ସମାଜସେବା ସଂଗଠନ ର ସ୍ୱଚ୍ଛଭାରତ,ସଡ଼କ ସୁରକ୍ଷା, ଗରିବ ଅସହାୟ କୁ ସାହଯ୍ୟ ଓ ରକ୍ତଦାନ ଅଭିଯାନ କରିବା ସହିତ ଆଜି ଆରମ୍ଭ କରିଛି ଏକ ନିଆରା କାର‌୍ୟ୍ୟକ୍ରମ \”ଅର୍ଣ୍ଣଦାନ ମହତ ଦାନ\” କାର‌୍ୟ୍ୟକ୍ରମ।ବେଳେବେଳେ ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ମାନେ ଅର୍ଥ ଅଭାବରୁ ପ୍ରାୟତଃ ଭୋକିଲା ରହିବାକୁ ପଡେ। ଏଣୁ ସୁର‌୍ୟ୍ୟାଲୋକ ସମାଜ ସେବା ସଂଗଠନ ତରଫରୁ ଭୋକିଲା ପେଟକୁ ଦୁଇମୁଠା ଅର୍ଣ୍ଣ ଦେବାକୁ ପାଥେୟ କରି ଜିଲ୍ଲା ସରକାରୀ ଚିକିତ୍ସାଳୟ ପାଖରେ ଆରମ୍ଭ କରିଛି ଅର୍ଣ୍ଣଦାନ କାର‌୍ୟ୍ୟକ୍ରମ।ଏହି କାର‌୍ୟ୍ୟକ୍ରମ ରେ ଗରିବ,ଅସହାୟ ଓ ଭୋକିଲା ଲୋକଙ୍କୁ ମାଗଣାରେ ଅର୍ଣ୍ଣଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ