ସୁଲଣରେ ଦୁଇ ବଖରା ଘର ଜଳିଗଲା

ହାଟଡିହି (ଓ୍ବାଇଏନ୍ଏସ୍) : ସୁଲଣ ଗ୍ରାମରେ ଗତକାଲି ଅଗ୍ନିକାଣ୍ଡ ଘଟି କୃଷ୍ଣ ଚନ୍ଦ୍ର ରାଉତଙ୍କର ଦୁଇ ବଖରା ଘର ଜଳିଯାଇଛି । ଖବରରୁ ଜଣାଯାଇଛି ଯେ ଗତକାଲି ରାତି ୧୦ଟାବେଳେ ଅକସ୍ମାତ ଅଗ୍ନିକାଣ୍ଡ ଘଟିଥିଲା । ଗ୍ରାମବାସୀମାନେ ତୁରନ୍ତ ନିଆଁକୁ ଆୟତ କରିଦେଇଥିବାବେଳେ ହାଟଡିହି ଦମକଳ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲା । ଏହି ଅଗ୍ନିକାଣ୍ଡରେ ତାଙ୍କର ୫୦ହଜାରରୁ ଉର୍ଦ୍ଧ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାଯାଇଛି । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ