ସୁଲଣ, ଜଳସରପୁର ବାଲି ଠାକୁରାଣୀ ଯାତ୍ରା ଉଦ୍ୟାପିତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ସୁଲଣ ଓ ଜଳସରପୁର ଗ୍ରାମରେ ଆଜକୁ ୯ଦିନ ଧରି ଚାଲିଥିବା ବାଲି ଠାକୁରାଣୀ ଯାତ୍ରା ଆଜି ମହା ସମାରୋହରେ ଉଦଯାପିତ ହୋଇଯାଇଛି । ଉଦ୍ୟାପନ ଦିବସରେ ପାରମ୍ପରିକ ପ୍ରଥା ଅନୁଯାଇ ହେବାକୁ ଥିବା ଅଗ୍ନିଉତ୍ସବ ଦେଖିବାକୁ ପଞ୍ଚୁଗୋଛିଆ, ନୀଳାପୁର, ହୀରାପୁର, ଆଡହୁରିଆ, ଯଶୋବନ୍ତପୁର, ମୁଗୁପୁର, ଶାସଙ୍ଗ, ବଞ୍ଚୋ, ଛେନାପଦି, କପୁଣ୍ଡି, ହାଟଡିହି, ଅଣା, ଡଙ୍କୁରୀ, ରମ୍ପାସ, ଆବୁଲୁପୁରା, ବିରିଡି, ଆମ୍ବୋ, ଲଇଛଣପୁର, ବେଗୁନିଆପଦି, ମଠ, ପନ୍ଦାଡୋ, ମରୈଗାଁ ଆଦି ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ସକାଳୁ ସମସ୍ତ ରିତିନୀତି ଅନୁଯାଇ ମା ବାଲି ଠାକୁରାଣୀଙ୍କ ପୂଜାର୍ଚ୍ଚନା ପରେ କାଳିଶୀମାନେ ଗ୍ରାମ ପରିକ୍ରମା କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା ଅଗ୍ନିଉତ୍ସବ । ଅଗ୍ନିଦେବତାଙ୍କ ପୂଜାଚ୍ଚନା କରଯିବା ପରେ ଶହ ଶହ ଭକ୍ତ ଅଗ୍ନିରେ ଚାଲିଥିଲେ । ବହୁ ସଂଖ୍ୟାରେ ମହିଳା ଓ ଯୁବତୀମାନେ ମଧ୍ୟ ନିଆଁରେ ଚାଲୁଥିବା ଦେଖିବାକୁ ମିଳିଥିଲା । କେତେକ ମାନସିକ ରଖି ନିଆଁରେ ପସୁଥିବାବେଳେ ଆଉ କେତେକ ଏହାକୁ ସରଳ ଭାବେ ଗ୍ରହଣ କରି ନିଆଁରେ ଚାଲୁଥିବା କହିଥିଲେ । ପୁର୍ବରୁ ଏଠାରେ ବଳିପ୍ରଥା ଥିବାବେଳେ ଏହା ଏବେ ବନ୍ଦ ହୋଇଯାଇଛି । ୯ଦିନ ଧରି ଚାଲିଥିବା ଏହି ଉତ୍ସବରେ ଉଭୟ ଗ୍ରାମର ସମସ୍ତ ଆବାଳ ବୃଦ୍ଧବନୀତା ଏକଜୁଟ ହୋଇଯାଇଥିଲେ ଏହି ବାଲିଯାତ୍ରାରେ । ଯେ ଯେଉଁଠି ଥାଉନା କାହିଁକି ୪ବର୍ଷରେ ଥରେ ଗାଁକୁ ଆସି ସମସ୍ତେ ଏକତ୍ରିତ ହୋଇ ଭାଇଚାରାର ସମ୍ପର୍କ ମଧ୍ୟରେ ଗାଁର ଏହି ପାରମ୍ପରିକ ପୂଜାକାର୍ଯ୍ୟକୁ ସମ୍ପାଦାନ କରିଥିଲେ । ଆସନ୍ତା କାଲି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ଖୋଲାମଞ୍ଚ ଯାତ୍ରା ଓ ମେଲୋଡି ଆଦି କାର୍ଯ୍ୟକ୍ରମ ଜାରି ରହିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ