ସୁଲଣ ପଞ୍ଚାୟତରେ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲିଲା

ହାଟଡ଼ିହି (ଓ୍ବାଇଏନ୍ଏସ୍) : ବ୍ଲକରେ ଆଗାମି ଦିନରେ କିପରି କରୋନା ସଂକ୍ରମଣକୁ ମୁକାବିଲା କରାଯିବ ସେନେଇ ବ୍ୟାପକ ସତର୍କତା ମୁଳକ ପଦକ୍ଷେପ ଗ୍ରହଣ କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କୁ ସଚେତନ କରାଇବା ସହିତ ସନ୍ଦିଗ୍ଧ ରୋଗୀ ମାନଙ୍କ ପାଇଁ ପ୍ର୍ରତି ପଞ୍ଚାୟତରେ ଅସ୍ଥାୟୀ କରୋନା ଚିକିତ୍ସାକେନ୍ଦ୍ର ଖୋଲାଯାଉଛି । ଯୁଦ୍ଧକାଳୀନ ଭିତିରେ ଖୋଲାଯାଉଥିବା ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ମାନଙ୍କ ରହିବାପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ସୁଲଣ ପଞ୍ଚାୟତର ସୁବର୍ଣ୍ଣେଶ୍ୱର ହାଇସ୍କୁଲ ଠାରେ ୫୦ଶଯ୍ୟା ବିଶିଷ୍ଟ ୩ଟିୱାର୍ଡ ଖୋଲାଯାଇ ଥିବାବେଳେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ, ଇନଭଟର, ଫ୍ୟାନ, ପାନୀୟଜଳ ଓ ପରିମଳର ଓ ସାନିଟାରିଜେସନର ସମସ୍ତ ବ୍ୟବସ୍ଥା କରାଯାଇଛି । ସୁଲଣ ପଞ୍ଚାୟତର ସରପଞ୍ଚ ଅଶୋକ ଜେନାଙ୍କ ସହିତ ପିଇଓ ନରହରି ନାୟକ, ଜିଆରଏସ ଜଗବନ୍ଧୁ ଜେନା, ୱାର୍ଡସଭ୍ୟ ରବିନ୍ଦ୍ର ମାଝୀ, ମହେଶ୍ୱର ମଲ୍ଲିକ, ହୃଦାନନ୍ଦ ନାୟକ, ଦୁର୍ଯ୍ୟୋଧନ ଜେନା, କବିତା ପାଢ଼ୀ, ଅଭିରାମ ରାଉତ, ଗୋବିନ୍ଦ ଜେନା, ବିନୋଦ ଜେନା, କବିତା ବେହେରା, ଶ୍ରାବଣୀ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ତଦାରଖ କରୁଛନ୍ତି । ବିଡିଓ ଜୟଦେବ ଦାସ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଉପଲବଧ ଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି । ଯେଉଁ ସନ୍ଦିଗ୍ଧମାନେ ଠାବ ହେବେ ସେମାନଙ୍କୁ ଏଠାରେ ସଙ୍ଗରୋଧରେ ରଖାଯାଇ କିପରି ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରାଯାଇଛି । ସେହିପରି ପଞ୍ଚାୟତରେ ରେସନକାର୍ଡ ଧାରୀ ମାନଙ୍କୁ ତିନିମାସର ଚାଉଳ, ଗହମ, କିରୋସିନି ସହିତ ହଜାର ଟଙ୍କାର ସହାୟତା ରାଶି, ବୃଦ୍ଧବୃଦ୍ଧା ମାନଙ୍କୁ ୪ମାସର ଭତ୍ତା ଏବଂ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ର ସହାୟତା ରାଶି ବଣ୍ଟନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ