ସୁଲଣ ପଞ୍ଚାୟତରେ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦପଡିଲେ ୮୩୦ ହିତାଧିକାରୀ
ହାଟଡ଼ିହି, : ହାଟଡିହି ବ୍ଲକ ସୁଲଣ ପଞ୍ଚାୟତରେ ୮୩୦ଜଣ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡିଛନ୍ତି । ଏହି ପଞ୍ଚାୟତରେ ମୋଟ ୩୧୪୦ଜଣ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ପୁର୍ବରୁ ରେସନ ସାମଗ୍ରୀ ପାଉଥିବାବେଳେ ଏବେ ଆଧାର ଲିଙ୍କ ନ କରିପାରିବା ଯୋଗୁଁ ୮୩୦ଜଣ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡିଛନ୍ତି । ଯୋଗାଣ ବିଭାଗ ୯୦ଭାଗ ହିତାଧିକାରୀଙ୍କ ରେସନକାର୍ଡା ଆଧାର ଲିଙ୍କ ସରିଯାଇଥିବା କହୁଥିବାବେଳେ ଏବେ ହଦଗଡ, ବାଲିବରେଇ, ସୋସୋ, ଢ଼େଙ୍କା, ସମଣା, କେ ବାଲିପାଳ, ବାଙ୍ଗୋର ଆଦି ପଞ୍ଚାୟତରେ ହଜାର ହଜାର ହିତାଧିକାରୀଙ୍କ ଆଧର ସଂଯୋଗ ହୋଇପାରି ନଥିବାରୁ ସେମାନେ ଚଳିତମାସ ରେସନ ସାମଗ୍ରୀ ଯଥା ଚାଉଳ, ଗହମ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଯୋଗାଣ ବିଭାଗର ତଥ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।


